ଷ୍ଟେଟ ୟୁନିୟନ ଅଫ ଜର୍ନାଲିଷ୍ଟସ ମାଲକାନଗିରି ଜିଲ୍ଲାର ବୈଠକ ଓ ଜିଲ୍ଲା କମିଟି ଗଠନ…


ମାଲକାନଗିରି,୬।୧୨ ଷ୍ଟେଟ ୟୁନିୟନ ଅଫ ଜର୍ନାଲିଷ୍ଟସ ଓଡ଼ିଶା (ଏସୟୁଜେ ଓଡ଼ିଶା) ମାଲକାନଗିରି ଜିଲ୍ଲା ଶାଖା ର ସାଧାରଣ ପରିଷଦ ବୈଠକ ବନ୍ଧୁ ମିଳନ ଏବଂ ଆଗାମୀ ଦୁଇ ବର୍ଷ ନିମନ୍ତେ ଜିଲ୍ଲା ଶାଖା ର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ଗୋଲଡେନ ଭ୍ୟୁରେ ଏସୟୁଜେ ଓଡିଶାର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଙ୍ଘ ସଂଗଠନ ର ସଂକୀର୍ଣ୍ଣତା ରୁ ଉର୍ଦ୍ଧ୍ବ କୁ ଯାଇ ସାମ୍ବାଦିକ ମାନେ ନିଜର ବୃତ୍ତିଗତ ସୁରକ୍ଷା ପାଇଁ ଏକାଠି କାମ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଶ୍ରୀ ନାୟକ ଏସୟୁଜେ ଓଡ଼ିଶା ସାମ୍ବାଦିକ ସଙ୍ଘ ର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ଜାତୀୟ ସାମ୍ବାଦିକ ୟୁନିୟନର ସମ୍ପାଦକ ବବୁଲ ସିଂ, ରାଜ୍ୟ ସମ୍ପାଦକ ହେମାଙ୍ଗ ପ୍ରସାଦ ରାହୁଳ ପ୍ରମୁଖ ଯୋଗ ଦେଇ ସାମ୍ବାଦିକଙ୍କ ବିଭିନ୍ନ ଦାବି ଓ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ

ଏସୟୁଜେ କିପରି ରାଜ୍ୟ ରେ ସାମ୍ବାଦିକ ମାନଙ୍କ ସ୍ଵାର୍ଥ ରକ୍ଷା ଦିଗରେ ଅହରହ କାର୍ଯ୍ୟ କରୁଛି ସେ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯୋଧନ ପାତ୍ର, କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର ଏବଂ ସାଧାରଣ ସମ୍ପାଦକ ବି ଶ୍ରୀନିବାସ ପତ୍ର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ବିଷୟରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଏସୟୁଜେ ଓଡ଼ିଶା ମାଲକାନଗିରି ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଜିଲ୍ଲା ସଭାପତି ଭାବେ ଏମ ଅମରେଶ କୁମାର, ଉପ ସଭାପତି ଭାବେ ସର୍ବ କୁମାର ବିଶୋଈ, ସାଧାରଣ ସମ୍ପାଦକ ଭାବେ ବଂଶିଧର ମୁଦୁଲି, କୋଷଧକ୍ଷ ଭାବେ ସୁଶାନ୍ତ କୁମାର ମଣ୍ଡଳଙ୍କୁ ଚୟନ କରଯାଇଥିଲା। ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଜୟନ୍ତ ତିଆଡିଙ୍କୁ ଚୟନ କରାଯାଇଥିବା ସହ ଅନ୍ୟାନ୍ୟ ପଦ ଗୁଡିକ ନିମନ୍ତେ ମଧ୍ୟ କର୍ମକର୍ତା ଚୟନ କରଯାଇଥିଲା।

nis-ad
Leave A Reply

Your email address will not be published.