ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ବିଶିପଡା ପଞ୍ଚାୟତ ରାଜୀବ ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ତୃତୀୟ ଲିଙ୍ଗ ସମ୍ପ୍ରଦାୟଙ୍କ ପାଇଁ ରହିଥିବା ଅଧିକାର ଓ ନାଲସା (କାରବାର ଏବଂ ବାଣିଜ୍ୟିକ ଯୌନ ଶୋଷଣର ଶିକାର) ଯୋଜନା-୨୦୧୫ ସମ୍ପର୍କିତ ଏକ ଆଇନ ସଚେତନତା ଶିବିରର ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ ଶ୍ରୀମତୀ ଅନୁଶୀଲା ରୟ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ, ବିପିନ ବିହାରୀ ମେହେର, ଡି.ଏସ.ପି., ଗୁମାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା.କଳ୍ପନା ଦଳାଇ, ବିଶିପଡା ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଜିତେନ୍ଦ୍ର କୁମାର ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପି.ପଦ୍ମା, ଆଇନଜୀବୀ ଶ୍ରୀମତୀ ନନ୍ଦିତା କୁମାରୀ, ତୁଷାରକାନ୍ତ ନାୟକ, ୱାନସ୍ଟପ କେନ୍ଦ୍ର ପ୍ରଶାଷିକା ଅପର୍ଣା ବେହେରା, ବିଶିପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାକାଳୀ କହଁର, ପାରା ଲିଗାଲ ସ୍ବେଚ୍ଛାସେବୀ, ଆଶା କର୍ମୀ, ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ବିଶିପଡା ଗ୍ରାମବାସୀ ଉପସ୍ଥିତ ଥିଲେ ।
ଉକ୍ତ ସଭାରେ ତୃତୀୟ ଲିଙ୍ଗ ସମ୍ପ୍ରଦାୟଙ୍କ ପାଇଁ ରହିଥିବା ଅଧିକାର, ଆଇନ ବ୍ୟବସ୍ଥା, ସମାଜିକ ସୁରକ୍ଷା, ସମାଜରେ ଏହି ସମ୍ପ୍ରଦାୟର ସଭ୍ୟମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ସରକାରଙ୍କ ଦ୍ଵାରା ରହିଥିବା ଆରକ୍ଷଣ ବ୍ୟବସ୍ଥା ଏବଂ ନାଲସା (କାରବାର ଏବଂ ବାଣିଜ୍ୟିକ ଯୌନ ଶୋଷଣର ଶିକାର) ଯୋଜନା-୨୦୧୫ ବିଷୟରେ ଆଲୋଚନା କରାଯାଇଥିଲା । ଅଶୋକ କୁମାର ପ୍ରଧାନ, ପାରା ଲିଗାଲ ସ୍ଵେଚ୍ଛାସେବୀ ଉକ୍ତ ସଚେତନତା ଶିବିରକୁ ପରିଚାଳନା କରିଥିଲେ ।
