ବ୍ଲକସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟରେ ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ , କଣ୍ଠ ସଙ୍ଗୀତ , ନୃତ୍ୟ , କୁଇଜ୍ , ଗଳ୍ପ ଲିଖନ , ସାଧାରଣ ଜ୍ଞାନ , ଏକକ ଅଭିନୟ ଓ କବିତା ରଚନା ଆଦି ବିଷୟରେ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା।

ହିଞ୍ଜିଳିକାଟୁ ବ୍ଲକ ଓଷ୍ଟା ସଭାପତି ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସିମାଞ୍ଚଳ ମହାରଣା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସନ୍ତୋଷ ଜେନା ଗଞ୍ଜାମ ଜିଲ୍ଲା ଓଷ୍ଟା ସଭାପତି , ମୁଖ୍ୟ ବକ୍ତା ଭାବେ ବିନୟ କୁମାର ବେହେରା ଜିଲ୍ଲା ସମ୍ପାଦକ ଓଷ୍ଟା , ସମ୍ମାନିତ ଅତିଥି ଭାବେ ହିମାଂଶୁ ଶେଖର ପଟ୍ଟନାୟକ ଜିଲ୍ଲା ଓଷ୍ଟା ର ପରାମର୍ଶଦାତା, ଅଶୋକ କୁମାର ହୋତା, ଭିକାରୀ ଗୈାଡ ଜିଲ୍ଲା ଓଷ୍ଟା ଉପସଭାପତି, ଗଙ୍ଗାଧର ଡାକୁଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଗଣେଶ ମହାନ୍ତି ପ୍ରାକ୍ତନ ସମ୍ପାଦକ, ବିଦ୍ୟାଳୟ ପ୍ରତିଷ୍ଠାତା ସୁରେନ୍ଦ୍ର ପ୍ରଧାନ,ଆଲୁମିନି ସଭାପତି ଶ୍ରୀକାନ୍ତ ପାଳ,ନିମେଇ ଚରଣ ଗୈାଡ,ବିଜୟ କୁମାର ପାଳ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ, ରାଜ୍ୟ କାର୍ଯ୍ୟକର୍ତ୍ତା ଯଜ୍ଞ ପାଢି ଓ ଶିକିରି ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରେଶ ଵରଡ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ଲକ ଓଷ୍ଟା ସମ୍ପାଦକ ଲଳିତ ମୋହନ ପାଠୀ ଅତିଥି ପରିଚୟ ପ୍ରଦାନ ସାଙ୍ଗକୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ପରିଶେଷରେ ଶିକ୍ଷକ ବଳରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.