ନିଖିଳ ଉତ୍କଳ ଖଡୁରା ସାମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ଆସନ୍ତା ୨୧ ଓ ୨୨ ତାରିଖରେ ବ୍ରହ୍ମପୁର ଠାରେ ହେବାକୁ ଥିବା ମହାସଭା ନିମନ୍ତେ ଜିଲ୍ଲା ସାମାଜ ସଭାପତି ଙ୍କ ସଭାପତିତ୍ବରେ ସ୍ଥାନୀୟ ଡ୍ରିମଲାଣ୍ଡ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁରରେ ହେବାକୁ ଥିବା ମହାସଭାରେ ସମଗ୍ର ଓଡିଶାରୁ ୧୨୦ ଟି ସାମାଜ ସଂଘ ଭାଗ ନେବାର କାର୍ଯ୍ୟକ୍ରମ ରହିଛି lଏହି ମହାସଭା ଦୀର୍ଘ ୪୦ବର୍ଷ ପରେ ପୁଣିଥରେ ଅନୁଷ୍ଠିତ ହେଉଥିବାରୁ ଫୁଲବାଣୀ ପେଣ୍ଠର ସଦସ୍ୟ ମାନେ ଯୋଗଦେବା ନିମନ୍ତେ ଇଛା ପ୍ରକାଶ କରିଛନ୍ତି l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆସନ୍ତା ଜାନୁଆରୀ ମାସରେ ଫୁଲବାଣୀ ଠାରେ ପହିଲି ଭୋଗ ଓ ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଏଥିରେ ରାଜ୍ୟସ୍ତରୀୟ ଖଡ଼ୁରା ସମାଜର କର୍ମକର୍ତ୍ତା ମାନଙ୍କୁ ନିମନ୍ତ୍ରଣ କରିବାକୁ ମତ ପ୍ରକାଶ ପାଇଛି l ଏଥି ସହିତ ଆଗାମୀ ଦିନରେ ଫୁଲବାଣୀ ପେଣ୍ଠ ତରଫରୁ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରାଯିବା ପାଇଁ ସ୍ଥିର କରାଯାଇଛି l

ad-week
Leave A Reply

Your email address will not be published.