
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ରେ ଗତ ୧୧ ତାରିଖ ଦିନ ନୂତନ ବିଡିଓ ଭାବେ ଅଶ୍ବିନୀ କୁମାର ମହାପାତ୍ର ଯୋଗଦାନ କରିବା ପରେ ଆଜି ବ୍ଲକର୍ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିଥିବା ଦେଖିବାକୁ ମିଳିଛି। ଏଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ସଧାରଣ ବଣ୍ଟନ ଓ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା ନେଇ ଆଲୋଚନା କରାଯଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କାର୍ଯ୍ୟରେ ଯୋଗଦାନ କରିବା ପରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରାଶାସନିକ ଅଧିକାରୀ ମାନେ ନିୟୋଜିତ ଥିବା ବେଳେ ଆଜି ବ୍ଲକ ରେ ଏହି ସମୀକ୍ଷା ବୈଠକ କରାଯଇଥିଲା। ଏହି ଖରିଫ ଋତୁରେ ଚାଷୀଙ୍କ ଧାନ ବିକ୍ରି ପ୍ରକିୟା ସୁରଖୁରରେ ସମ୍ପାଦନ ଲାଗି ସମସ୍ତ୍ ଅଧିକାରୀ ସଜାଗ ରହିବାକୁ କୁହାଯିବା ସହ ଚଳିତ ବର୍ଷ ମନରେଗା ସମେତ ବିଭିନ୍ନ ଅନୁମୋଦିତ କାର୍ଯ୍ୟ ଗୁଡିକୁ ସମୟ ମଧ୍ୟରେ ସାରିବାକୁ କୁହାଯାଇଥିଲା। ଏହି ବୈଠକରେ ବ୍ଲକ ସହାୟକ ଯନ୍ତ୍ରୀ ସୁଧାଂଶୁ ବେହେରା, ଗ୍ରାମ ପଞ୍ଚାୟତ ଅଧିକାରୀ କାର୍ତିକ ନାୟକ, ବ୍ଲକ ସହାୟକ ପ୍ରକଳ୍ପ ଅଧିକାରିଣୀ ମେନକା ପ୍ରଧାନ ସମେତ ଆଠଗୋଟି ପଞ୍ଚାୟତର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।