ଫେରାର ଯୁବତୀଙ୍କୁ ସମ୍ବଲପୁର ଓ ନାବାଳିକାଙ୍କୁ ବାଙ୍ଗାଲୋରରୁ ଉଦ୍ଧାର କରିଛି ହିଞ୍ଜିଳି ପୁଲିସ…

add-all


ହିଞ୍ଜିଳିକାଟୁ,: ହିଞ୍ଜିଳି ଥାନା ରାଳବ ଗ୍ରାମର ଜଣେ ଯୁବତୀ ଓ ହିଞ୍ଜିଳି ଥାନା ଅଞ୍ଚଳରୁ ଜଣେ ନାବାଳିକା ଗତ ନଭେମ୍ବରରୁ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଉଭୟଙ୍କ ପରିବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ୨ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନିର୍ଦ୍ଦେଶରେ ପୁଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଘଟଣାର ଖୋଳତାଡ ଆରମ୍ଭ କରିଥିଲା। ପରିଶେଷରେ ଫେରାର ଯୁବତୀ ବର୍ଷା ମୁନି(୨୧)ଙ୍କୁ ହିରାଖୁଦ ଥାନା ଓ ନାବାଳିକାଙ୍କୁ ବାଙ୍ଗଲୋରରୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।
ପ୍ରକାଶ ଯେ, ଗତ ୨୭ ତାରିଖରେ ହିଞ୍ଜିଳି ଥାନା ରାଳବ ଗ୍ରାମର ଯୁବତୀ ବର୍ଷା ଆଇ ଘର ଗ୍ରାମ ନିମିଗାଁରୁ ପରିବାର ବର୍ଗଙ୍କୁ ନଜଣାଇ ଘରୁ କେଉଁଆଡେ ଫେରାର ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା । ଘଟଣା ନେଇ ଯୁବତୀଙ୍କ ମା’ ରୁନା ମୁନି ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅନୁରୂପ ଭାବେ ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ନାବାଳିକା ଗତି ନଭେମ୍ବର ୧୩ ତାରିଖରେ ଘରୁ କେଉଁଆଡେ ଚାଲି ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ନାବାଳିକା ଜଣଙ୍କ ଘରକୁ ନଫେରିବାରୁ ନାବାଳିକାଙ୍କ ବାପା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-୯୪୪/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଚଢ଼ାଉରେ ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ବୈକୁଣ୍ଠନାଥ ଜେନା, କନେଷ୍ଟବଳ ଵସନ୍ତ ଉପାଧ୍ୟାୟ ଓ ମହିଳା କନେଷ୍ଟବଳ ମିନତି ମହାଙ୍କୁଡ ଅଂଶ ଗ୍ରହଣ କରିଥିଲେ।‌ ହିଞ୍ଜିଳି ପୁଲିସର ଏଭଳି କାର୍ଯ୍ୟକୁ ଉଭୟ ପରିବାର ସାଧୁବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.