
ନୟାଗଡ଼: ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ କ୍ରୀଡା ଉପକରଣ ଯୋଗାଇବାରେ କେଳେଙ୍କାରୀ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ରାଜ୍ୟ ସରକାର ୨୦୨୪ ମେ ୨୦ ତାରିଖ ରେ ବିଭିନ୍ନ ଶିକ୍ଷା ଅଧିକାରୀଙ୍କୁ କ୍ରୀଡା ଉପକରଣ କ୍ରୟ କରି ୟୁସି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ୧୫ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ହ୍ୱାଟସ୍ଆପ ଗ୍ରୁପ ମାଧ୍ୟମରେ କ୍ରୀଡା ଉପକରଣ ଏବେ କ୍ରୟ ନ କରିବା ପାଇଁ କୁହାଯାଇଛି । କ୍ରୀଡା ଉପକରଣ କ୍ରୟ ପାଇଁ ପ୍ରତି ଉଚ୍ଚ ବିଦ୍ୟାଳୟ ପାଇଁ ୨୫ ହଜାର , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦ ହଜାର, ପ୍ରାଥମିକ ବିଦ୍ୟାଳୟ ପାଇଁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ନିୟମ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ଅର୍ଥରେ କ୍ରୀଡା ଉପକରଣ କ୍ରୟ କରି ବିଦ୍ୟାଳୟ କମିଟି ଦ୍ଵାରା ତାହାର ମାନ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ରହିଛି । ଶିକ୍ଷା ବିଭାଗ ତରଫରୁ ଏଥିପାଇଁ କୌଣସି ଟେଣ୍ଡର କିମ୍ବା ଭେଣ୍ଡର ବ୍ୟବସ୍ଥା କରିନାହାନ୍ତି । ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକମାନଙ୍କ ବ୍ୟକ୍ତିଗତ ହ୍ୱାଟସ୍ ଆପ ଜରିଆରେ ନିର୍ଦ୍ଦିଷ୍ଟ ଭେଣ୍ଡର ଠାରୁ କ୍ରୀଡା ଉପକରଣ କ୍ରୟ କରିବା ପାଇଁ ଚାପ ପ୍ରୟୋଗ କରାଯାଉଥିବାର ଅଭିଯୋଗ ଆସିଛି ଯାହାକୁ ନେଇ ଦୁର୍ନୀତି ର ଗନ୍ଧ ବାରି ହୋଇ ପଡୁଛି । ଉକ୍ତ ନିର୍ଦ୍ଦିଷ୍ଟ ଭେଣ୍ଡର୍ ଠାରୁ କ୍ରୀଡା ଉପକରଣ କିଣିବା ପାଇଁ ଜିଲ୍ଲପାଳ ଙ୍କ ନିର୍ଦ୍ଦେଶ ରହିଥିବା ମେସେଜ ରେ ଶିକ୍ଷାଧିକାରୀ ଉଲ୍ଲେଖ କରିଛନ୍ତି । ଯାହାବି ସନ୍ଦେହ ଘେରରେ, ନିର୍ଦ୍ଦିଷ୍ଟ ଦୋକାନ ଏବଂ ନିର୍ଦ୍ଦିଷ୍ଟ ଭେଣ୍ଡର ଙ୍କ ଅସାଧୁ ମେଣ୍ଟ ପାଇଁ ଏପରି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ବିଷୟରେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଙ୍କୁ ପଚାରିବାରୁ କୌଣସି ସନ୍ତୁଷ୍ଟ ମୂଳକ ଉତ୍ତର ମିଳି ନାହିଁ l ଯାହାକୁ ନେଇ ତଦନ୍ତ ହେବା ନିହାତି ଜରୁରୀ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଦାବୀ ହୋଇଛି l