
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଧୋବାତୋଟା ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଉକ୍ତ ଉତ୍ସବରେ ଫୁଲବାଣୀ ଉପ ଜିଲ୍ଲାପାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ମୁଖିଅତିଥୀ ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ମୁଖ୍ୟବକ୍ତା ଶ୍ରୀ ପଣ୍ଡିତ ବିପ୍ରଚରଣ ବେହେରା ଫୁଲବାଣୀ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ସଂକୀର୍ତନ ବେହେରା ମଞ୍ଚସିନ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।ପ୍ରଥମେ ମୁଖ୍ୟଅତିଥି, ସଂମ୍ମାନିତ ଅତିଥି, ମୂଖ୍ୟ ବକ୍ତାଙ୍କ ମିଳିତରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପଜ୍ଵଳନ କରି ଶିକ୍ଷା ଉପରେ ଗୁରୁତ୍ୱ,ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ବୁଝାମଣା, ଶିକ୍ଷା ବିଭାଗକୁ ସମ୍ମାନ , ଉତ୍ତମ ଜ୍ଞାନ ଉପରେ ଗୁରୁତ୍ୱ ଦେବା, ପରିବେଶକୁ ସଫାସୁତରା ରଖିବା ଉପାରେ ପ୍ରାଧାନ୍ୟ ଦେବା ପାଇ ପ୍ରକାଶ କରିଥିଲେ।ଏହା ସହିତ ଖେଳକୁଦ ଓ ବିଭିନ୍ନ ପ୍ରତିଯିଗୀତାରେ ଅଂଶ ଗ୍ରହଣ କରି ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର ଓ ବିଭିନ୍ନ ହାଉସର କ୍ୟାବିନେଟ ମନ୍ତ୍ରୀ, ପ୍ରେସିଡେନ୍ସ ମାନଙ୍କୁ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ତାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ବାର୍ଷିକ ଉତ୍ସବରେ ସମ୍ପୂର୍ଣ୍ଣ ଭାବେ ଗୁରୁ ଦାଇତ୍ୱ ନେଇ ଫିରୋଜ ବଳିଆରସିଂ, ଆଲୋକ କୁମାର ପଣ୍ଡା (ଭାଇସପ୍ରିନ୍ସପାଲ) , ଆଲୋକ କୁମାର ପ୍ରାଣିଗ୍ରାହୀ, ବିପିନ କୁମାର ସାହୁ, ବିଜୟଲକ୍ଷ୍ମୀ ବେହେରା, ଗୀତାଞ୍ଜଳି ନାୟକ, ଅକ୍ଷୟ କୁମାର ବେହେରା, ସରୋଜ କୁମାର ବେହେରା, ଅମ୍ବିକା ସାମଲ, ଦୀପ୍ତିମୟୀ ମହାନ୍ତି, ସୀମା କୁଜର, ରୂପରେଖା ସେନାପତି, ଝରଣା ବେହେରା, ଅର୍ଚ୍ଚନା ଜେନା, କେତକୀ ପ୍ରଧାନ, ସରୋଜ କୁମାର ଗଉଡ , ଧୀରେନ ହରିଜନ, ସୁମିତ କୁମାର ଶୁକ୍ଳା, ଉଷା ରାଣୀ ପ୍ରଧାନ, ରଜତ ରାଣୀ , ପଦ୍ମ ନାଭ ରଣା, କୁମୁଦିନି ବେହେରା, ପିଟର ନାୟକ ଏବଂ ମାଧୁରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।ଶେଷରେ ଫିରୋଜ ବଳିଆରସିଂ ଧନ୍ୟବାଦ ଦେଇଥିଲେ।