ଜିଲ୍ଲାସ୍ତରୀୟ ବଛାବଛି ଯୁବ ସାଂସଦ ପ୍ରତିଯୋଗିତା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଡିଇଓ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବଛାବଛି ଯୁବ ସାଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା।ଏହି ପ୍ରତିଯୋଗିତାରେ ପ୍ରତେକ ସ୍କୁଲର ଦୁଇ ଜଣ ବଛା ବଛା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜର ଭାଷଣ ଓ କିପରି ସାଂସଦରେ ଇଂରେଜୀ, ହିନ୍ଦୀ ଭାଷାରେ ପରିବେଷଣ କରାଯାଉଛି ଏହାରି ଉପରେ ଏକ ପ୍ରତିଯୋଗିତା ହୋଇଥିଲା।

ଏହି ପ୍ରତିଯୋଗୀରେ ସମ୍ମାନ ଜୁରୀ ମେମ୍ବର ଭାବେ ପ୍ରମୋଦ କୁମାର ନାୟକ(ଅଧ୍ୟାପକ), ଖଜୁରିପଡା ଉଚ୍ଚ ମାଧ୍ୟମିକ ଶିକ୍ଷା, ଡମ୍ବରୁଧର ସାହୁ (ଅଧ୍ୟାପକ) ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକର ଯୋଗଦେଇ ପ୍ରତିଯୋଗିତାକୁ ଆଗେଇନେଇଥିଲେ।ଏଥିରେ ପ୍ରତେକ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଜର ନିଜର ହିନ୍ଦୀ, ଇଂରେଜୀର ପଢିବା ଶୈଳୀ ଦେଖାଇଥିଲେ।ଏହି ଶୈଳିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓଡିଶା ଆଦର୍ଶ ବିଦ୍ୟାଳୟ, ଧୋବା ତୋଟାର ଏକାଦଶ ଛାତ୍ରୀ କ୍ଷୀରାବ୍ଧି ତନୟା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରିୟରେ ଭାଗ ନେବା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏହି ପ୍ରତିଯୋଗିତାକୁ ଅଶୋକ କୁମାର ପାତ୍ର ଶିକ୍ଷକଙ୍କ ସହିତ ଦୁଇ ଜଣ ଶିକ୍ଷକ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.