ସୁଝିପାରିଲେନି ବ୍ୟାଙ୍କ୍ ଋଣ, ଘରକୁ ସିଲ୍ କଲା ବ୍ୟାଙ୍କ୍‌

youtube

ହିଞ୍ଜିଳିକାଟୁ : ସମ୍ପତ୍ତି ବନ୍ଧକ ରଖି ବ୍ୟାଙ୍କରୁ ଆଣିଥିଲେ ଋଣ । ଦୀର୍ଘ ଦିନ ଧରି ଋଣ ଟଙ୍କା ସୁଝିନପାରିବାରୁ ବାଧ୍ୟ ହୋଇ ଋଣଖିଲାପକାରୀଙ୍କ ଘରକୁ ସିଲ୍ କରିଛି ବ୍ୟାଙ୍କ । ଏଭଳି ଏକ ଘଟଣା ଶୁକ୍ରବାର ହିଞ୍ଜିଳି ଥାନା ଇଲାକାରେ ଦେଖିବାକୁ ମିଳିଛି । ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ସାରୁ ଗ୍ରାମର କୃଷ୍ଣଚନ୍ଦ୍ର ପାଢି ଗତ ୨୦୨୦ ମସିହାରେ ବ୍ରହ୍ମପୁର ବ୍ରହ୍ମାନଗର ଏସବିଆଇ ଆଞ୍ଚଳିକ ଶାଖାରୁ ଘର ବନ୍ଧକ ରଖି ବ୍ୟାଙ୍କରୁ ଋଣ ଆଣିଥିଲେ । ବ୍ୟାଙ୍କ କର୍ତ୍ତୁପକ୍ଷ ଋଣ ସୁଝିବା ଲାଗି କୃର୍ଷ୍ଣଙ୍କୁ ବାରମ୍ବାର ନୋଟିସ ପଠାଇଥିଲେ ମଧ୍ୟ ସେ, ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ କିମ୍ବା ଋଣ ସୁଝିବା ଲାଗି ଆଗ୍ରହ ପ୍ରକାଶ କରିନଥିଲେ । ବ୍ୟାଙ୍କ କର୍ତ୍ତୁପକ୍ଷ ଶେଷ ଥର ଲାଗି ଗତ ୨୦୨୩ ମସିହା ମଇ ୧୧ ତାରିଖରେ ଋଣ ବାବଦକୁ ୧୮ ଲକ୍ଷ ୯୧ ହଜାର ୯୮ ଟଙ୍କା ପରିଶୋଧ କରିବା ପାଇଁ ଓ ଋଣ ଟଙ୍କା ପରିଶୋଧ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃର୍ଷ୍ଣଙ୍କୁ ନୋଟିସ ଜାରୀ କରିଥିଲେ । କିନ୍ତୁ କୃର୍ଷ୍ଣ ଏଥିପ୍ରତି କୌଣସି କର୍ଣ୍ଣପାତ ନକରିବାରୁ ଘଟଣା ନେଇ ବ୍ୟାଙ୍କ କର୍ତ୍ତୁପକ୍ଷ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା- ୫୨୩୯(୨୭/୨୪)/୦୬.୧୨.୨୦୨୪ ପ୍ରକାରେ ସଂପୃକ୍ତ ଋଣ ଖିଲାପକାରୀଙ୍କ ହିଞ୍ଜିଳି ଥାନା ସାରୁ ଗ୍ରାମ ବାସଗୃହ ଜବତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ମଙ୍ଗଳବାର ମାଜିଷ୍ଟେଟ ଦାୟିତ୍ୱରେ ରହିଥିବା ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରାଙ୍କ ତତ୍‌ତ୍ୱାବଧାନରେ ଏନଫୋର୍ସମେଣ୍ଟ ଟିମ୍ ମୁଖ୍ୟ ତଥା ମୁଖ୍ୟ ଶାଖା ପରିଚାଳକଶୁଭେନ୍ଦୁ ଶଙ୍କର ଜେନା, ସାରୁ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଭୁବନ କୁମାର, ହିଞ୍ଜିଳି ଥାନା ଏସ.ଆଇ. ସୁରେଶ କୁମାର ସାହୁ, ଏନଫୋର୍ସମେଣ୍ଟ ଟିମ୍ ସଦସ୍ୟ ବଦ୍ରି ନାରାୟଣ ପାତ୍ର ଓ ପୁଲିସ ଫୋର୍ସ ସାରୁ ଗ୍ରାମରେ ପହଞ୍ଚି କୃର୍ଷ୍ଣଙ୍କ ବାସଗୃହକୁ ସିଲ୍ କରିଥିଲେ ।

Leave A Reply

Your email address will not be published.