ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୫ତମ ବାର୍ଷିକ ଉତ୍ସବ

youtube

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୩୫ ତମ ବାର୍ଷିକ ଉତ୍ସବ ଦିଦ୍ୟାଳୟର ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମଲ୍ଲିଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବାଗଦେବୀ ସରସ୍ବତୀ ଓ ଭାରତ ମାତାଙ୍କ ଉଦ୍ଦେଶ୍ଯରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ ଓ ବେଦ ପାଠ ପରେ ସ୍ବାଗତ ସଂଗୀତ ତତସହିତ ଭାରତ ମାତାଙ୍କ ବନ୍ଦନା ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବିଦ୍ୟାଳୟର ସମ୍ପାଦକ ଟି, ଶିବ ଶଙ୍କର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ଉପେନ୍ଦ୍ର କହଁର ଯୋଗ ଦେଇଥିଲେ l ସେହିପରି ମୁଖ୍ୟ ବକ୍ତା ଭାବେ ସମ୍ପାଦକ ଜାତୀୟ ଲେଖକ ମଞ୍ଚର ଡଃ ଲକ୍ଷ୍ମଣ ପଣ୍ଡା ଯୋଗ ଦେଇଥିଲେ l
ମୁଖ୍ୟ ଅତିଥି ଭାବେ ଉମା ମଲ୍ଲିକ ଯୋଗ ଦେଇ ମାନବିକତାର ଶିକ୍ଷାସହ ଉତ୍ତମ ନାଗରିକ ହେବାକୁ ପରାର୍ମଶ ଦେଇଥିଲେ ।ଏଥି ସହିତ ମୋବାଇଲରେ ଗେମ ନଖେଳିବାକୁ ଏବଂ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନେବାକୁ,ଚାକିରି କ୍ଷେତ୍ରରେ ମନ ନିବେଶ ନକରି ନିଜ ଭିତରେ ଥିବା ପ୍ରତିଭାକୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରନ୍ତୁ l ଏଥିପାଇଁ ଉପସ୍ଥିତ ଅଭିଭାବକ ମାନେ ନିଜ ନିଜ ପିଲାଛୁଆଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ l
ସେହିପରି ସମ୍ମାନିତ ଅତିଥି ଅଭିଭାବକ ମାନେ ନିଜ ପିଲାମାନଙ୍କୁ ଶତପଥ ରେ ନେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ସଭାପତି ଶ୍ରୀ ମଲ୍ଲିକ ଶିଶୁ ମନ୍ଦିର ଏକ, ଆଦର୍ଶ ଅନୁଷ୍ଠାନ ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ଏକ ମାର୍ଗ ବୋଲି ମତ ପୋଷଣ କରିଥିଲେ । ଅନ୍ୟ ମଞ୍ଚାସୀନ ଅତିଥିବୃନ୍ଦ କହିଥିଲେ ଯେ ଶିଶୁ ମନ୍ଦିରର ଆଦର୍ଶ ଶିକ୍ଷା ତଥା ଚରିତ୍ର ଗଠନର ସହାୟକ ପରି ଶିକ୍ଷାଗ୍ରହଣ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଏ । ସେହିପରି ମୁଖ୍ୟବକ୍ତା ଶ୍ରୀ ପଣ୍ଡା କହିଲେ ପ୍ରତ୍ୟେକ ମନୁଷ୍ୟ ଧର୍ମ ମାର୍ଗରେ ପରିଚାଳିତ ହୋଇ ସତ ମାର୍ଗରେ ଗତି କରିବା ବୋଲି ମନ୍ତବ୍ୟ ରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି, କୋଷାଧ୍ଯକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ପଟ୍ଟନାୟକ, ଫିରିଙ୍ଗିଆ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାଧ୍ୟା ପିକା ହର ପ୍ରିୟା ମିଶ୍ର, ପ୍ରିୟ ନାଥ ଶର୍ମା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘ ପରିଚାଳକ ରମେଶ ଚନ୍ଦ୍ର ସାହୁ,ଅମିୟ କୁମାର ଦାଶ, ବିଶ୍ଵ ରଞ୍ଜନ ଦାଶ, କୈଳାସ ଚନ୍ଦ୍ର ଧଳଙ୍କ ସମେତ ବହୁ ଗୁଣି ଜ୍ଞାନୀ ଓ ପୂର୍ବତନ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ଏହା ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ମଞ୍ଚ ପରିଚାଳନା ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତି ସାମନ୍ତରାୟ କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.