ରବିବାର ପର୍ଯ୍ୟନ୍ତ ଭିଜିବ ଓଡିଶା: ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ

add-all

ରାଜ୍ୟରେ ଲଗାଣ ବର୍ଷା । ବର୍ଷା ଯୋଗୁ ବଢିଛି ଶୀତ। ଯାହାଫଳରେ ଅସ୍ତବ୍ୟସ୍ତ ଜନଜୀବନ । ବଙ୍ଗୋପସାଗରରେ ଅବପାତ ସକ୍ରିୟ ରହିଛି । ଆସନ୍ତା ରବିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ୭୫ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସେହିପରି ଜଗତସିଂହପୁରରେ ୬୧.୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ, ପାରାଦୀପରେ ୬୧.୧ ମିମି, ଗୋପାଳପୁର ୫୮.୬, କଟକ ୩୩.୪, ଭୁବନେଶ୍ଵର ୫୧.୬, ପୁରୀ ୪୦.୫, ପାରଳାଖେମୁଣ୍ଡିରେ ୫୩, ଛତ୍ରପୁରରେ ୫୧.୮, ଭୁବନେଶ୍ଵରରେ ୫୧.୬ ମିମି ବର୍ଷା ହୋଇଥିବା ଜଣାପଡ଼ିଛି । ସୋନପୁରରେ ସର୍ବନିମ୍ନ ୧.୬ ମିମି ବର୍ଷା ରେକର୍ଡ ହୋଇଛି ।

ଅନ୍ୟପଟେ ଆନ୍ଧ୍ରପ୍ରଦେଶ ଉପକୂଳରେ ଘନୀଭୂତ ଅବପାତ ଗୋପାଳପୁରଠାରୁ ୬୧୦ କିମି ଦୂରରେ ରହିଛି । ୫ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ପ୍ରଭାବରେ ଆଜି ବି ଉପକୂଳରେ ବର୍ଷା ଲାଗି ରହିଛି । ୪ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ad-week
Leave A Reply

Your email address will not be published.