ଝାଡ଼ଖଣ୍ଡ ଛାଡି ପଶ୍ଚିମବଙ୍ଗ ପଲାଇଲା ଜିନ୍ନତ

add-all

ଶିମିଳିପାଳ:ପଶ୍ଚିମବଙ୍ଗ ପଲାଇଲା ଜିନ୍ନତ। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଶିମିଳିପାଳ ଫେରିବା ପରିବର୍ତ୍ତେ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି। ମହାରାଷ୍ଟ୍ରରୁ ଓଡ଼ିଶାକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ସସପେନ୍ସ ଜାରି ରହିଥିଲା। ଝାଡ଼ଖଣ୍ଡରେ କିଛି ଦିନ ବୁଲିବା ପରେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ରହିଛି, ତାହା ଜଣାପଡୁନଥିଲା। ବାରିପଦା RCCF ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଥିଲେ। ଏବେ ଜିନ୍ନତ ପଶ୍ଚିମବଙ୍ଗରେ ଥିବା କୁହାଯାଉଛି।

ଗତକାଲି ସକାଳେ ପଶ୍ଚିମବଙ୍ଗର ଝାଡଗ୍ରାମର ବେଲପାହାଡି ରେଞ୍ଜରେ ତାକୁ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ସେ ପଶ୍ଚିମବଙ୍ଗର ଶିମୁଲପାଲ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୁପକ୍ଷ ଏନେଇ କୌଣସି ସୂଚନା ଦେଇନାହାଁନ୍ତି ।

ସୂଚନାଯୋଗ୍ୟ ଡିସେମ୍ବର ୧୦ ତାରିଖରୁ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା ଜିନ୍ନତ। ୧୭ ତାରିଖରେ ଚାକୁଳିଆ ନିକଟ ରାଜାବସା ଜଙ୍ଗଲରେ ଏକ ମଇଁଷି ଶିକାର କରି ଖାଇଥିଲା। ପଶ୍ଚିମବଙ୍ଗ ପଳାଇଆସିଥିବ ସୂଚନା ମିଲିବା ପରେ ପଶ୍ଚିମବଙ୍ଗ ବନବିଭାଗର କୁଇକ୍ ରେସପନ୍ସ ଟିମ୍ ବାଘୁଣୀକୁ ପିଛା କରୁଛନ୍ତି। ଜିନ୍ନତ ଜନବସତି ଆଡ଼କୁ ମାଡିଗଲେ ଟ୍ରାଙ୍କୁଲାଇଜ୍ କରିବାକୁ ଏକ୍ସପର୍ଟ ଟିମ୍ ସଜାଗ ଅଛନ୍ତି। ପୁରା ଝାଡଗ୍ରାମ ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି। ଗତ ନଭେମ୍ବର ୧୫ ତାରିଖରେ ଶିମିଳିପାଳରେ ଜିନ୍ନତକୁ ଛଡାଯାଇଥିଲା।

ad-week
Leave A Reply

Your email address will not be published.