ସରକାର ବଦଲିଲେ ମଧ୍ୟ ବଦଳିନି ନରେଗା କାମର ନଗ୍ନ ଚିତ୍ର, ମେସିନ ଲଗାଇ ସାରିଦେଲେ ରାସ୍ତା କାମ

add-all

ମାଲକାନଗିରି (କାଲିମେଳା ) : ସରକାର ବଦଲିଲେ ମଧ୍ୟ ବଦଳିନି ନରେଗା କାମର ନଗ୍ନ ଚିତ୍ର, ମେସିନ ଲଗାଇ ସାରିଦେଲେ ରାସ୍ତା କାମ। ରାଜ୍ୟ ସରକାର ପ୍ରତ୍ୟେକ ଅଞ୍ଚଳର ବିକାଶ ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରୋଜଗାର ଦେବା ପାଇଁ ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରାଇ ନିଜ ଅଞ୍ଚଳର ବିକାଶ କରାଯାଉଛି ।
ଗରିବ ଓ ଅସହାୟ ମାନେ ବର୍ଷକୁ ଅନୂନ୍ୟ ଶହେ ଦିନ କାମ କରି ନିଜର ପେଟ ପାଇଁ ଦାନା ଯୋଗାଡ କରିବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଭଳି ବୃହତ୍ ଯୋଜନା ପ୍ରଣୟନ କରିଥିବା ବେଳେ ଦୁର୍ଗମ ତଥା ଅଧିବାସୀ ଅଧ୍ୟୁଷିତ ଅଞ୍ଛଲରେ କିଛି ସରକାରୀ କର୍ମଚାରୀଙ୍କ ପାଇଁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଅନ୍ତର୍ଗତ ଏମଭି – ୮୩ ଗ୍ରାମର ୧୨ ନମ୍ବର ୱାର୍ଡ ରାସ୍ତାର ମାଟି ରାସ୍ତା ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ମନରେଗାରେ କରାଯାଇଥିବା ବେଳେ ଏଥିପାଇଁ ପୋକ୍ଲଲିଂନ ବ୍ୟବହାର କରାଯାଉଥିବା ତଥା ବିନା ଫଳକରେ କାମ ଚାଲିଥିବାର ଅଭିଯୋଗ ହୋଇଛି । ଗରିବ ଓ ଅସହାୟଙ୍କୁ କାମ ଯୋଗାଇବା ପାଇଁ ଗ୍ରାମାଞ୍ଚଳରେ ମନରେଗାରେ ବିଭିନ୍ନ ପ୍ରକଳ୍ପ କରାଯାଉଥିବା ବେଳେ ତରବରିଆ ଭାବେ ଠିକାଦାରଙ୍କ ଦ୍ଵାରା ମେସିନରେ କାମ କରାଯିବା ନିଶ୍ଚିନ୍ତ ଭାବରେ ବିଭାଗର ଢ଼ିଲାପଣକୁ ପଦାରେ ପକାଇଛି । ସ୍ଥାନୀୟ ଠିକାଦାର ଏବଂ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ମେସିନ ବ୍ୟବହାର କରାଯାଉଥିବା ରାସ୍ତା କାମର ଦୁର୍ନୀତିର ସ୍ପଷ୍ଟ ଚିତ୍ରକୁ ଦର୍ଶାଉଛି। ତେବେ ଏନେଇ ସମ୍ପୃକ୍ତ ପଂଚାୟତର ପିଇଓ ଏବଂ ଏସିଡ଼ିଓଙ୍କ ସହ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରି ନଥିବାରୁ ପ୍ରତିକ୍ରିୟା ମିଳି ପାରିନାହି ।

ad-week
Leave A Reply

Your email address will not be published.