ଆରପିଏଫ ଯବାନଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ

add-all

ଫୁଲବାଣୀ : ଶନିବାର ରାତ୍ର ସମୟରେ ନିଜ ଘରଠାରୁ ବାହାରି କୌଣସି କାର୍ଯ୍ୟରେ ବାଇକ ଚାଳନା କରି ଯାଉଥିବା ବେଳେ ଏମ ଆଇ ବଙ୍ଗଳା ପାର୍ଶ୍ଵରେ ଥିବା କଲଭର୍ଟ ନିକଟରେ କୌଣସି ଅଜଣା ଗାଡିରେ ଧକ୍କା ହେବା ଫଳରେ ବାଇକ୍ ରୁ ଛିଟିକି ପଡି ନିକଟସ୍ଥ ଗାତ୍ରରେ ପଡିଥିବା ଦେଖିବାକୁ ମିଳିଥିଲା l ସ୍ଥାନୀୟ ଲୋକ ଫୁଲବାଣୀ ଟାଉନଥାନା କୁ ଖବର କରିଥିଲେ l ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି l ଯାହା ସୂଚନା ରହିଛି ମୃତକ ଜଣଙ୍କ ନାମ ସାଲୁଙ୍କି ସାହିର ମନୋଜ କୁମାର ତ୍ରିପାଠୀ ବୟସ ୫୧ ବର୍ଷ ସେ ରେଲୱେ ପୋଲିସ ଫୋର୍ସ କାର୍ଯ୍ୟରତ ଥିଲେ l ସେ ତାଙ୍କ ମାଆଙ୍କ ବାର୍ଷିକୀ ଶ୍ରାଦ୍ଧ ପାଳନ ନିମନ୍ତେ ନିଜ ଘରକୁ କିଛି ଦିନ ଛୁଟି ନେଇ ଆସିଥିଲେ l ଜୀବନ ମରଣ ଭାଗବାନଙ୍କ ଲୀଳା କିଏ କହିପାରିବ କେତଳ କଣ ହେବ l

ad-week
Leave A Reply

Your email address will not be published.