ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

add-all

ନୂଆଦିଲ୍ଲୀ : ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର। ନୋଏଡ଼ାର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀର RML ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପ୍ରତାପ।
ଗତ ୧୯ରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଠେଲା ପେଲା ହୋଇଥିଲା। ରାହୁଲ ଗାନ୍ଧି ସାଂସଦଙ୍କୁ ଠେଲି ଦେଇଥିବା ନେଇ ଅଭିଯୋଗ ହୋଇଥିଲା।
ଏଥିରେ ସଂସଦର ମକର ଦ୍ୱାରର ଶିଢ଼ି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ୫ଟି ଷ୍ଟିଚ୍ ଲାଗିଛି। ୫ ଦିନ ଧରି ଆର୍‌ଏମ୍‌ଏଲ୍‌ ହସ୍ପିଟାଲର ଆଇସିୟୁରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଏଠାରୁ ତାଙ୍କୁ ନୋଏଡାର କୈଳାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଡାକ୍ତରଙ୍କ କହିବା ମୁତାବକ, ଏମ୍‌ଆର୍‌ଆଇ ଓ ସିଟି ସ୍କାନ କରାଯାଇଥିଲା। ସେଥିରୁ କୌଣସି ହାଡରେ ଆଘାତ ଲାଗିଥିବା ନେଇ ଜଣାପଡି ନାହିଁ। ଉଭୟଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି। ତେଣୁ ତାଙ୍କୁ ଡିସଚାର୍ଜ କରାଯାଇଛି।
ଏହି ଠେଲାପେଲାରେ ସାଂସଦ ମୁକେଶ ରାଜପୁତ ମଧ୍ୟ ଆହତ ହୋଇଥିଲେ। ସେ ଚେତାଶୂନ୍ୟ ହୋଇ ପଡିଥିଲେ। ତାଙ୍କ ରକ୍ତଚାପ ବଢ଼ି ଯାଇଥିଲା। ତାଙ୍କୁ ମଧ୍ୟ ପ୍ରାଇଭେଟ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ ସାଂସଦଙ୍କ ପୁଲିସ ଆଜି ବୟାନ ରେକର୍ଡ କରିପାରେ ବୋଲି ସୂତ୍ରରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.