୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ : କହିଲେ ଯୁବପିଢିଙ୍କ ମାଧ୍ୟମରେ ହୁଏ ଦେଶର ବିକାଶ

add-all

ନୂଆଦିଲ୍ଲୀ : ୭୧ ହଜାରରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ମିଳିଲା ନିଯୁକ୍ତି ପତ୍ର। ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ମେଳା ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ବଳିଷ୍ଠ ପଦକ୍ଷେପ। ଏହି ମେଳା ଯୁବ ସମାଜକୁ ରାଷ୍ଟ୍ର ନିର୍ମାଣରେ ନିଜକୁ ସଶକ୍ତ କରିବାରେ ବେଶ୍ ସହାୟକ ହେଉଛି। ତେବେ ନବ ନିଯୁକ୍ତ ମାନେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ, ଡାକ ବିଭାଗ , ଉଚ୍ଚ ଶିକ୍ଷା ବିଭାଗ , ସ୍ଵାସ୍ଥ୍ୟ ବିଭାଗ , ଅର୍ଥ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଲାଗି କାମ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବ ନିଯୁକ୍ତ ମାନଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି। କହିଛନ୍ତି ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ବର୍ଷ ବର୍ଷର ପରିଶମ ସଫଳ ହୋଇଛି। ସମସ୍ତଙ୍କୁ ଅଭିନନ୍ଦନ। ଭାରତୀୟ ଯୁବପିଢିଙ୍କ ସାମର୍ଥ୍ୟ ଓ ପ୍ରତିଭାର ଉପଯୋଗ ଆମ ସରକାରର ପ୍ରଥମ ପ୍ରାଥମିକତା। ୧୦ ବର୍ଷ ହେବ ଏହି ଅଭିଯାନ ଚାଲିଛି। ଗତ ଦୁଇ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଯୁଗଗୋଷ୍ଠୀ ସରକାରୀ ଚାକିରି ପାଇଛନ୍ତି, ଯାହା ରେକର୍ଡ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ad-week
Leave A Reply

Your email address will not be published.