
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିରିକୁଡି ପଞ୍ଚାୟତ ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟ ରେ ଏକ ଆଇନ ସଚେତନତା ଶିବିରର ଆୟୋଜନ କରାଯାଇଥିଲା ।
ଉକ୍ତ ସଚେତନତା ଶିବିରରେ ଶ୍ରୀମତୀ ଅନୁଶୀଳା ରୟ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ, ଶ୍ରୀମତୀ ଶ୍ଵେତଲୀନା ସାହୁ, ଅତିରିକ୍ତ ବନସଂରକ୍ଷକ, ଫୁଲବାଣୀ, ଶ୍ରୀ ବିପିନ ବିହାରୀ ମେହେର, ଡି.ଏସ.ପି., ଆଇନଜୀବୀ ଶ୍ରୀ ତୁଷାରକାନ୍ତ ନାୟକ, ପିରିକୁଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମହେଶ କୁମାର ପଟନାୟକ, ୱାନସ୍ଟପ କେନ୍ଦ୍ର ପ୍ରଶାଷିକା ଅପର୍ଣା ବେହେରା, ପାରା ଲିଗାଲ ସ୍ଵେଚ୍ଛାସେବୀ, ପିରିକୁଡି ପଞ୍ଚାୟତର ସରପଞ୍ଚ ଶ୍ରୀ ଉମା ଚରଣ ମଲିକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଉକ୍ତ ସଭାରେ ସାକ୍ଷୀ ସୁରକ୍ଷା ଯୋଜନା, ୨୦୧୮, ଗୁଡ ସମରିଟାନ୍ ଆଇନ୍, ୨୦୨୧, ଜଙ୍ଗଲ ସଂରକ୍ଷଣ ଆଇନ, ଜଙ୍ଗଲ ଅଧିକାର ଆଇନ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଶ୍ରୀ ଅଶୋକ କୁମାର ପ୍ରଧାନ, ପାରା ଲିଗାଲ ସ୍ଵେଚ୍ଛାସେବୀ ଉକ୍ତ ସଚେତନତା ଶିବିରକୁ ପରିଚାଳନା କରିଥିଲେ ଓ ପିରିକୁଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମହେଶ କୁମାର ପଟନାୟକ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।