ପଡିଆରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ପଡିଆ ବ୍ଲକର ଆଠଗୋଟି ପଞ୍ଚାୟତରୁ ଆସିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଆଶିଶ ଇଶ୍ୱର ପାଟିଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଡ୍ରେନ୍ ନିର୍ମାଣ ଓ ଯୋଗାଯୋଗ ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଶୁଣାଣୀ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୩୭ ଗୋଟି ଅଭିଯୋଗର ଜିଲ୍ଲାପାଳ ଶୁଣାଣି କରିଛନ୍ତି। ମୁଖ୍ୟତଃ ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମସ୍ଥିତ ପୋଲିସ ଚେକ୍ ପୋଷ୍ଟ ନିକଟରେ ହାଇ ମାସ୍କ ଲାଇଟ୍ ସ୍ଥାପନ, ଭେଞ୍ଚନପଲ୍ଲୀ ଗ୍ରାମରେ ଏକ ଅଙ୍ଗନବାଡି ନିର୍ମାଣ ନେଇ ପଡିଆ ସରପଞ୍ଚ ଗଙ୍ଗା କାରାମ ଲିଖିତ ଭାବେ ଜଣାଇଥିଲା ବେଳେ ମାଟେରୁ ପଞ୍ଚାୟତ ସଦରରେ ସ୍ଥାୟୀ ମଣ୍ଡୀ ନିର୍ମାଣ, ପଡିଆ – ଶିଖପାଲୀ ମୁଖ୍ୟରାସ୍ତା ମରାମତି ନେଇ ମାଟେରୁ ସରପଞ୍ଚ ଲକ୍ଷ୍ମଣ ମାଡକାମି ଅଭିଯୋଗ କରିଛନ୍ତି । ଏଥିସହ ପଡିଆ ପଞ୍ଚାୟତର କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଜମିରେ ଆବର୍ଜନା ଗଦା ହେଉଥିବାରୁ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଏକ ଡ୍ରେନ୍ ନିର୍ମାଣ ଲାଗି ସ୍ଥାନୀୟ ଚାଷୀ ଦାବୀ କରିଛନ୍ତି। ଏଥିସହ ସୁଭଦ୍ରା ଟଙ୍କା ପାଇନଥିବାରୁ ଗୋଲାଗୁଡା ଗ୍ରାମର କିଛି ମହିଳା ଅଭିଯୋଗ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ସମସ୍ତ ଅଭିଯୋଗ ଗ୍ରହଣ ଜିଲ୍ଲାପାଳ ଶ୍ରୀ ପାଟିଲ ତୁରନ୍ତ ଏ ଦିଗରେ ପଦେକ୍ଷପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସାମାଜିକ ସୁରକ୍ଷା ଯୋଜନାରେ ଜିଲ୍ଲପାଳ ଶ୍ରୀ ପାଟିଲ ଦୁଇଜଣ ଦିବ୍ୟାଂଗ ଙ୍କୁ ଟ୍ରାଇ ସାଇକଲ ପ୍ରଦାନ କରିଥିବା ବେଳେ ଜଣ ଙ୍କୁ ସିପି ଚେୟାର ପ୍ରଦାନ କରିଥିବା ଜଣାପଡିଛି। ଜିଲ୍ଲାପାଳଙ୍କ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଏସପି ତପନ ନାରାୟଣ ରଥ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପଡିଆ ବ୍ଲକର ବିଭିନ୍ନ ଅଞ୍ଚଳର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.