ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

add-all

ବାଲେଶ୍ବର: ସିମୁଳିଆ ଥାନା ବାଲିଖଣ୍ଡ ବଜାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ରାତିରେ ବ୍ୟାଙ୍କ ଲୁଟ୍ ପରେ ଲକରରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ଅନୁସାରେ ଗତକାଲି ରାତିରେ ଲୁଟେରାମାନେ ଗ୍ରୀଲ କାଟି ବ୍ୟାଙ୍କ ଭିତରେ ପଶି ଥିଲେ। ପରେ ବ୍ୟାଙ୍କରେ ପଶି ଲୁଟ୍‌ କରି ଲକରରେ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କରୁ ଧୂଆଁ ବାହୁରୁଥିବା ଦେଖି ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇପଡ଼ିଛି। ସିମୁଳିଆ ପୋଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ରହିଛି।

ad-week
Leave A Reply

Your email address will not be published.