ଆଜି ପବିତ୍ର ବଡ଼ଦିନ; ଧରା ଅବତରଣ କଲେ ପ୍ରଭୁ ଯୀଶୁ

add-all

ଆଜି ବଡ଼ଦିନ, ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ବଡ଼ ପର୍ବ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚର୍ଚ୍ଚମାନଙ୍କରେ ଏନେଇ ସୁନ୍ଦର ସାଜସଜ୍ଜା ହୋଇଛି। କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ଼।

କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି। ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର ବାଲୁକା କଳା ନୂଆ ବିଶ୍ୱ ରେକର୍ଡ ହାସଲ କରିଛି। ୧୬ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ବାଲୁକା କଳାରେ ପ୍ରାୟ ୫୫୦ କେଜି ଚକୋଲେଟ୍ ଇନଷ୍ଟଲ ହୋଇଛି।
ସେହିପରି ଭାଟିକାନ୍ ସିଟିରେ ପାଳନ ହୋଇଛି କ୍ରିସମାସ୍ । ଖ୍ରୀଷ୍ଟ ରୀତିନୀତି ଅନୁସାରେ ଯୀଶୁ ଧରାବତରଣ କରିଛନ୍ତି। ଧୁମଧାମରେ ଏହାକୁ ପାଳନ କରାଯାଇଛି। Peter’s Basilicaର StPeter’s Basilicaରେ ପୋପ୍ ଫ୍ରାନସିସ୍ ଙ୍କ ନେତୃତ୍ୱରେ ପାଳନ କରାଯାଇଥିବା ଏହି ଉତ୍ସବରେ ବିଶ୍ୱର କୋଣଅନୁକୋଣରୁ ଲୋକେ ପହଞ୍ଚିଥିଲେ।

ad-week
Leave A Reply

Your email address will not be published.