ନିର୍ବାଚନୀ ଜୁମଲା : ମାଗଣା ବିଦ୍ୟୁତ କେବଳ ପ୍ରତିଶୃତି ରେ ରହିଗଲା…!

add-all

ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ଦଳ ସେମାନଙ୍କ ନିର୍ବାଚନୀ ଇସ୍ତହାର ରେ ମାଗଣା ବିଜୁଳି ଦିଆଯିବ ବୋଲି କହିଥିଲେ। ରାଜଧାନୀ ଦିଲ୍ଲୀ ଷ୍ଟାଇଲ ରେ ଉଭୟ ଦଳ କ୍ଷମତା କୁ ଆସିଲେ ତିନି ସହ ୟୁନିଟ ମାଗଣା ବିଜୁଳି ଦେବେ ବୋଲି କହିଥିଲେ। ହେଲେ ସାଧାରଣ ଜନତା ଆଜି ସୁଦ୍ଧା ମାଗଣା ବିଜୁଳି ପାଇ ନାହାନ୍ତି। ବିଜେଡ଼ି ର ଶହେ ୟୁନିଟ ସ୍ଥାନରେ ବିଜେପି ର ତିନି ଶହ ୟୁନିଟ ଯାଦୁ କାମ କଲା। ଲୋକେ ପ୍ରଥମ ଥର ଏକା ସରକାର ଗଢିବାଳୁ ବିଜେପି କୁ ସୁଯୋଗ ଦେଲେ। ଇସ୍ତାହାର ର ସୁଭଦ୍ରା ଯୋଜନା ପ୍ରଥମ କିସ୍ତି କିଛି ମହିଳା ପାଇଛନ୍ତି। ଆଉ ଆବେଦନ କାରୀ ମଧ୍ୟ ପାଇବେ ବୋଲି ମନ୍ତ୍ରୀ ମହାଶୟା କହୁଛନ୍ତି। ଇସ୍ତାହାର ର ଗୋଟିଏ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଉ ହେଉ ଅତ୍ୟାବଶ୍ୟା ସାମଗ୍ରୀ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। ଦର ବୃଦ୍ଧି ଏତେ ମାତ୍ରାରେ ବଢିଛି ଯେ ସରକାର ଝାଳ ନାଳ ହୋଇଗଲେଣି। ଦର ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସବୁ ବର୍ଗର ଲୋକେ ତ୍ରାହି ତ୍ରାହି ଡାକିଲେଣି। ଡ଼ବଲ ଇଞ୍ଜିନ ର ଡବଲ ଦୁଃଖ ଦିନକୁ ଦିନ ସାଧାରଣ ଲୋକଙ୍କୁ ବାଧୁଛି। ଶାସକ ଦଳ କେବଳ ନାଁ ବାଦଳେଇବା ଓ ରଙ୍ଗ ବଦଳେଇ ସହ ବିଜେଡ଼ି ଦଳର ଯେଉଁ ଯେଉଁ ସ୍ଥାନରେ ଅଧକ୍ଷ ଅଧକ୍ଷା ରହିଛନ୍ତି, ସେମାନଙ୍କୁ ନିଜ ଦଳku ଆଣି ବାଃ ବାଃ ନେଉଥିବା ଚର୍ଚ୍ଚା ହେଲାଣି।

ad-week
Leave A Reply

Your email address will not be published.