ସରକାରଙ୍କ ପ୍ରତିଶ୍ରୁତି ପାଣିରଗାର, ମଣ୍ଡି ବଦଳରେ ବେପାରୀଙ୍କ କବଜାରେ ଆଦିବାସୀ ଅଞ୍ଚଳ ଚାଷୀଙ୍କ ଧାନ

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ଅଧିକାଂଶ ଲୋକ ଜୀବିକା ଉପାର୍ଜନ କରିବା ନିମନ୍ତେ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାର ଅଧିକାଂଶ ଜମି ପାହାଡ଼ିଆ ତଥା ଅନୁର୍ବର ଏବଂ ଅଣ ଜଳ ସେଚିତ ହୋଇଥିବାରୁ ଅଧିକାଂଶ ଲୋକ ମୌସୁମୀ ବାୟୁର ସାହାଯ୍ୟରେ ଧାନ ଚାଷ ଉପରେ ନିର୍ଭରଶୀଳ ହୋଇଥାନ୍ତି। ଏହି ଆଦିବାସୀ ବହୁଳ ଅଞ୍ଚଳ ଗୁଡ଼ିକ ରୀତିମତ ବେପାରୀଙ୍କ କବ୍ଜାରେ ରହିଥିବା ଦେଖିବାକୁ ମିଳୁଛି। ଏହିଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି ପଡ଼ିଆ ବ୍ଲକର ନିଲିଗୁଡ଼ା, ମାଟେରୁ ପଂଚାୟତରେ ଥିବା ଇରାଲଗୁଣ୍ଡି, ପର୍ଶନପଲ୍ଲୀ,ତେଗଡ଼ାପଲ୍ଲୀ, ତେଲାମଗୁଡ଼ା ଦୁର୍ମାଗୁଡ଼ା, ପୁରୁଣା ନିଲିଗୁଡ଼ା ଉକ୍ତ ଗ୍ରାମ ଗୁଡ଼ିକରେ କିଛି ଅସାଧୁ ବ୍ୟବସାୟୀ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ କମ ମୂଲ୍ୟର ଧାନ କିଣି ପଡୋଶି ଛତିଶଗଡ଼ ରାଜ୍ୟକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟ ରେ ଲିପ୍ତ ଏମ ଭି ୪୧ ଗ୍ରାମର ଭବେନ ଢାଲିଙ୍କ ଗାଡି ନମ୍ବର OD 05X8682 ଗାଡ଼ି ରୀତିମତ ଭାବେ ଶାଗମାଛ ମୂଲ୍ୟରେ ଧାନକିଣି ଛତିଶଗଡ଼କୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏବାବଦରେ ଆମେ ଯୋଗାଣ ଅଧିକାରୀ ଙ୍କ ପତିକ୍ରିୟା ମିଳିପାରି ନାହିଁ । ଏଠି କହିବା ବାହୁଲ୍ୟ ଯେ ସରକାରଙ୍କ ବହୁମୁଖୀ ବିକାଶ ଯୋଜନା ମାଧ୍ୟମରେ ଧାନର ମୂଲ୍ୟ କୁ୨୩୦୦ ଟଙ୍କା କରିବା ସହ ବୋନସ ବାବଦରେ ୮୦୦ ଟଙ୍କା ପ୍ରଦାନ କରୁଥିବା ଏବଂ ମଣ୍ଡି ପୂର୍ବରୁ ଜିଲ୍ଲାର ସମସ୍ତ ସିମବର୍ତୀ ଅଂଚଳକୁ ଚୋରା ଚାଲାଣ ରୋକିବା ପାଇଁ ସୀମା ସିଲ କରିଥିବା ବେଳେ କିଭଳି ଏହା ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସୁନାହିଁ ନା ଏହା ଜିଲ୍ଲା ପ୍ରଶାସନର ଆଗୋଚରରେ ହେଉଅଛି ତାହା ବର୍ତମାନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇବା ସହିତ ଚାଷୀ ମାନଙ୍କ ପାଇଁ ସରକାରଙ୍କ ଏହି ଯୋଜନା ଧୂଆଁ ବାଣ ଭଳି ମନେ ହେଉଅଛି।

Leave A Reply

Your email address will not be published.