ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଗାୟତ୍ରୀ ମନ୍ଦିର ପରିସରରେ ଥିବା ମହର୍ଷି ବାଲ୍ମିକୀ ପ୍ଲେ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ମହା ଆଡମ୍ବର ସହକାରେ ବିଦ୍ୟାଳୟ ନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଯୋଗ ଦେଇଥିବା ବେଳେ, ବକ୍ତା ଭାବେ ବି ଇ ଓ ଜଗନ୍ନାଥ ସାହାଣୀ ଯୋଗଦେଇ ବାର୍ଷିକ ଉତ୍ସବ କାହିଁକି ପାଳନ କରାଯାଏ ଏହା ଦ୍ଵାରା ପିଲାଙ୍କ ମାନସିକ ସ୍ତରରେ କଣ ଉନ୍ନତି ହୁଏ ବକ୍ତବ୍ୟ ରଖିଥିଲେ l ଅନ୍ୟତମ ଅତିଥି ଭାବେ ସୀମାଞ୍ଚଳ ବେହେରା ଓ ନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁ ଯୋଗଦେଇ କହିଲେ ଆମର ଏହି ବିଦ୍ୟାଳୟ ଜ୍ଞାନ ଓ ଆଧ୍ୟାତ୍ମିକ ସଂସ୍କାର ଶିକ୍ଷା ଦେବାରେ ବେଶ ଜଣାଶୁଣା । ଏହି ବିଦ୍ୟାଳୟ ପାଳନ କରିଛି ତାର ପ୍ରଥମ ବାର୍ଷିକ ଉତ୍ସବ ଏକ ନିଆରା ଢଙ୍ଗ ରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକୀଭୁତ ।
ଏଠାରେ ଇଂରାଜି ଭାଷାରେ ଶିକ୍ଷା ଦେବା ସହିତ ଗୋଟେ ଛୋଟ ଶିଶୁ କିପରି ଆଧ୍ୟାତ୍ମିକ ତଥା ସଂସ୍କାରବାଦୀ ହୋଇ ପାରିବ ସେ ନେଇ ଚେଷ୍ଟିତ ସମସ୍ତ୍ ଶିକ୍ଷକ ଶିକ୍ଷୟିତ୍ରୀ । ବରିଷ୍ଠ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ଯୋଗ ଦେଇ ଛୋଟ ଶିଶୁ ଭବିଷ୍ୟତର ନାଗରିକ ତାରି ହାତରେ ସମଗ୍ର ଦେଶ ପରିଚାଳିତ ହେବ ତେଣୁ ଏପରି କୁନି କୁନି ପିଲାଙ୍କୁ ଉତ୍ତମ ନାଗରିକ ତିଆରି କାରଖାନା ସଦୃଶ ଏହି ବିଦ୍ୟାଳୟ ବୋଲି ବକ୍ତବ୍ୟ ରଖିଥିଲେ । ଏଥି ସହିତ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ କୁମୁଦିନୀ ସାହୁ, ଉପଦେଷ୍ଟା ଗୋପାଳ କୃଷ୍ଣ ପାଢୀ, ଝରଣା ପ୍ରଧାନ, ଅଧ୍ଯକ୍ଷା ସୁପ୍ରିୟା ମଲ୍ଲିକ, ଉପସଭାପତି ଝରଣା ମହାପାତ୍ର, ଭାଇସ ପ୍ରିନ୍ସିପାଲ ସୂଚୀସ୍ମିତା ରାଉତ୍, ଶ୍ରଦ୍ଧାଞ୍ଜଳୀ ଦାଶ ଓ ମାମିନା ବାଘ ପ୍ରମୁଖ ଉପସ୍ଥିତ ରହି ସୂଚାରୁ ରୂପେ ସମ୍ପାଦନ କରିଥିଲେ l
