ଫୁଲବାଣୀ : ପୂର୍ବତନ ଭାରତର ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ସ୍ୱର୍ଗତ
ମନମୋହନ ସିଂଙ୍କ ପରଲୋକରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସ୍ଵର୍ଗତ ମନମୋହନ ସିଂଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯିବ ସହିତ ଦୀପ ପ୍ରଜ୍ବଳନ କରିବା ସହିତ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ମହାନ୍ତି, ଚନ୍ଦ୍ର ଶେଖର ପରିଡା ପ୍ରମୁଖ ଯୋଗ ଦେଇ ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ କ୍ୟାବିନେଟରେ ତାଙ୍କୁ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ସେ ଏକ ବୈପ୍ଳବିକ ଅର୍ଥନୀତିକ ସଂସ୍କାର ଆଣି, ଦେଶକୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିଥିଲେ। ତାଙ୍କର ଏହି ଉଦ୍ୟମ ଭାରତକୁ ବିଶ୍ୱ ଦରବାରରେ ଅର୍ଥନୀତିର ଦୃଢ଼ ପ୍ଲାଟଫର୍ମ ତିଆରି କରିଦେଇଥିଲା ବୋଲି ଶ୍ରୀ ପରିଡା କହିଥିଲେ l
ସେହିପରି ଆଇନଜୀବୀ ଶ୍ରୀ ମହାନ୍ତି ଯୋଗଦେଇ କହିଲେ ଯେ ୨୦୦୪ ରେ, ଯୁପିଏର କ୍ଷମତା ରୋହଣ ପରେ ମନମୋହନ ସିଂହ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଦଶବର୍ଷ ଧରି (୨୦୦୪-୨୦୧୪) ପ୍ରଧାନମନ୍ତ୍ରୀ ରହି ଦେଶକୁ ଆଗକୁ ବଢ଼ାଇଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲୋକସଭା ନ ଥାଇ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ଡ଼. ମନମୋହନ ସିଂହ ଭାରତର ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଏବଂ ପ୍ରଗତିଶୀଳ ନେତା ଥିଲେ, ଯିଏ ଦେଶର ଅର୍ଥନୈତିକ ଉନ୍ନତି ଏବଂ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ
ଆଇନଜିବି ସରୋଜ ପ୍ରଧାନ, ରଜତ କୁମାର ମହାନ୍ତି, ବଳଦେବ ବେହେରା, ଗୌର ବେହେରା,ବସନ୍ତ ପାଢୀ, ପୂର୍ବତନ କାଉନସିଲର ସୂର୍ଯ୍ୟ କାନ୍ତ ଦାସ, ହେମନ୍ତ କର, ସଂସାର ଭୋଇ, ଶିବ ଶଙ୍କର ବେହେରା, ଅନୁପମ କହଁର, ଶିବ ଶଙ୍କର ସାମନ୍ତରାୟ ପ୍ରମୂଖ ଉପସ୍ଥିତ ଥିଲେ l
