ମାଲକାନଗିରି ୨୭/୧୨ ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲା ମାଓ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ହେଉଥିବା ବେଳେ ଦୁରସଂଚାରର ମାଧ୍ୟମ ସାଜିଥିବା ମୋବାଇଲ ନେଟୱାର୍କ ନିମନ୍ତେ ନିର୍ମାଣ ଟାୱାର ଗୁଡ଼ିକ ମାଓବାଦୀଙ୍କ କବଳରୁ ମୁକୁଳି ପାରିନଥିଲା। ମାଓବାଦୀଙ୍କ ଗତିବିଧିରେ ବିରାମ ଲାଗିବା ଏବଂ ସଂଚାର ଜଗତରେ କ୍ରାନ୍ତି ଆସିବା ପରେ ମାଲକାନଗିରି ରେ ଏକାଧିକ ନେଟୱାର୍କ ସଂସ୍ଥା ନିଜର ସେବା ଯୋଗାଇବାକୁ ଆଗବର ହୋଇଥିଲେ ସେଥିମଧ୍ୟରୁ ରିଲାଏନ୍ସ ଜିଓ ସେବା ଯୋଗାଇବା ପାଇଁ ଆଗଭର ହୋଇଥିଲା।ନିଜର 5G ନେଟୱାର୍କ ର ସ୍ପୀଡର ବହୁଳ ପ୍ରଚାର ପ୍ରସାର କରିବା ସହିତ ଗ୍ରାହକଙ୍କୁ ଦିବା ସ୍ବପ୍ନ ଦେଖାଇ ଆକୃଷ୍ଟ କରିଥିଲା କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି ମାଲକାନଗିରି ସଦର ଅଞ୍ଚଳରେ ।ଜିଲ୍ଲାର ସଦର ମହକୁମା ୩ ରୁ୪ କିଲୋମିଟର ପରିଧି ମଧ୍ୟରେ ରହିଥିବା ବେଳେ ପ୍ରାୟ ୪ ରୁ ୫ ଟି ଜିଓ ଟାୱାର ରହିଛି। ଗ୍ରାହକଙ୍କ ଦୃଷ୍ଟିରୁ ଏହା କମ ହୋଇଥିବା ବେଳେ ଘର ଭିତରକୁ ସିଗ୍ନାଲ ପହଁଚୁନଥିବା ଓ 5G ବଦଳରେ 4G ସେବା ମିଳୁଥିବା ଅଧିକାଂଶ ଜିଓ ଗ୍ରାହକ ଅଭିଯୋଗ ବଢ଼ିଛନ୍ତି।ସେହିଭଳି ନିଜର ଇଣ୍ଟର୍ନେଟ ସେବା ଜିଓ ଏୟାର ଫାଇବର ସେବା ମାସକୁ ୪ ରୁ୫ ଦିନ ଅଚଳ ରହୁଥିବା ବେଳେ ଏହା ବ୍ୟବସାୟୀ ମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ନିମ୍ନ ମାନର ସିଗ୍ନାଲ ଓ ବାଧିତ ନେଟୱାର୍କ ସେବା କୁ ନେଇ ଜିଓ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ହେବା ସହ ଅଗ୍ରୀମ ପଇସା ପାଣିରେ ପଡ଼ିବା ଭଳି ପ୍ରତ୍ୟମାନ ହେଉଥିବା ଦେଖିବାକୁ ମିଳିଛି। ଯଥାଶିଘ୍ର ନେଟୱାର୍କ ସେବାକୁ ପୁର୍ନକ୍ଷମ କରିବା ସହ ଗ୍ରାହକ ଅନୁଯାୟୀ ଟାୱାର ସଂଖ୍ୟା ବଢାଇବାକୁ ଗ୍ରାହକଙ୍କ ପକ୍ଷରୁ ଦାବି ହେଉଅଛି।
