ବାଟୋଇଙ୍କ ପାଇଁ ଅଭିଶପ୍ତ ହୋଇଛି ରାଇଘର- ଉମରକୋଟ ମୁଖ୍ୟ ରାସ୍ତା ଅନ୍ତର୍ଗତ ବୋନିପଦର ରାସ୍ତା…!

Independence

ଉମରକୋଟ:- (୨୭/୧୨/୨୦୨୪) ଭାରତ ୭୮ ବର୍ଷ ସ୍ବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାର ନଗ୍ନ ଚିତ୍ର ଆଦିବାସୀ ଅଧୁଷିତ ପାହାଡ଼, ପର୍ବତ ଓ ଜଙ୍ଗଳରେ ରହୁଥିବା ଜନଜାତିର ରାସ୍ତା ଘାଟ ସହ ଗ୍ରାମ ଗୁଡିକ ଦେଖିଲେ, ଆପଣ ମାନେ କହିବେ ଏତେ ନିଷ୍ପେସିତ, ଦଳିତ, ବିଭିନ୍ନ ମୌଳିକ ଅଧିକାର ଶୂନ୍ୟ ଗ୍ରାମ ଗୁଡିକରେ ମନୁଷ୍ୟ ମାନେ କେମିତି ରହୁଛନ୍ତି।ଜ଼ିଲ୍ଲା ପ୍ରଶାସନିକ ହୋଉ ଅବା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହ ପଞ୍ଚାୟତ ଲୋକ ପ୍ରତିନିଧି ଅଣଦେଖା କରି ବିଭିନ୍ନ ସରକାରୀ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ସେମାନଙ୍କ ପାଖରେ ପହଁଞ୍ଚିବା ପୂର୍ବରୁ ବାଟ ମାରଣା ହେଉଛି।ଭୋଟ ଆସିଲେ ନେତା, ମନ୍ତ୍ରୀ ଭୋଟ ହାତେଇବା ପାଇଁ ପ୍ରତିଶୃତି ଦେଇ ଥାନ୍ତି କିନ୍ତୁ ଭୋଟ ସରିଗଲେ ପ୍ରତିଶୃତି ସ୍ବପ୍ନ ଦେଖିଲା ପରି ସବୁ ମିଛ ହୋଇ ରହିଯାଏ।ପ୍ରକାଶ ଥାଉ କି, ଉମରକୋଟ, ରାଇଘର ମୁଖ୍ୟ ରାସ୍ତା ରୁ ବୋନିପଦର ଗ୍ରାମକୁ ଯିବା ପାଇଁ ପ୍ରାୟ ଆଠ କିଲୋମିଟର ରାସ୍ତା ଆନୁମାନିକ ପ୍ରାୟ ତିରିଶି, ଚାଲିଶି ବର୍ଷ ଆଗେ ତିଆରି ହେଉ ଥିବା( ଗାଁ ଲୋକଙ୍କ କହିବା କଥା )ରାସ୍ତାର ଦୁରବସ୍ଥା ନ କହିଲେ ଭଲ।ଏହି ଆଠ କିଲୋମିଟର ରାସ୍ତାଟିରେ ବୋନିପଦର ଯିବାକୁ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥାଏ, ବଡ଼ ବଡ଼ ମେଟାଲ, ଗର୍ତ୍ତ , ନାଳ ଯାକ ରାସ୍ତାରେ ବାହାରିବା ସହିତ ଛୋଟ ବଡ଼ ଯାନ ବାହାନ ଚାଲିବା ତୋ ଦୂର ଲୋକଙ୍କ ଚାଲି ଚାଲି ଯିବା ବି କଷ୍ଟକର। ଏହି ରାସ୍ତାଟି ଉପରେ ପ୍ରାୟ ଛୋଟ ବଡ଼ ପଚାଶ ଖଣ୍ଡ ଗ୍ରାମ ନିର୍ଭରଶୀଳ। ଉମରକୋଟ ବ୍ଲକର ବେହେରା ପଞ୍ଚାୟତ ଓ ତୋହରା ପଞ୍ଚାୟତ କୁ ରାସ୍ତାଟି ସଂଯୋଗ କରୁଥିବା ରାସ୍ତାର ଚତୁରପାର୍ଶରେ- କୋଟରିବେଡା, ନାଙ୍ଗାଗୁଡା, ଧୁନ୍ଦାବେଡା, ବୋନିପଦର,

ଚାଚରାଗୁଡା, ରାମପାରା, ମହୁଲପାରା, କୁହୁଳପାରା, ବାଘବେଡା, ଟିପାପାଣି, କେନ୍ଦୁଗୁଡା ଓ ତୋହରା ଭଳି ବିଭିନ୍ନ ଗ୍ରାମ ଗୁଡିକ ଅବସ୍ଥିତ। ଗ୍ରାମରେ ଆକସ୍ମିତ କୌଣସି ଦୁରାରୋଗ୍ୟ ରୋଗୀ ହେଉ, ପ୍ରସୂତି ମହିଳା ହେଉ , ବିଦ୍ୟାଳୟ ଛାତ୍ର ଛାତ୍ରୀ ଆଙ୍ଗନବାଡିର କୁନି କୁନି ଛୋଟ ଛୋଟ ପୁଅ ଝିଅ କିଛି ଦୁର୍ଘଟଣାର ଶିକାର ହେଲେ ୧୦୮ ଆମ୍ବୁଲାନ୍ସ କୁ ଫୋନ ଯୋଗେ ସୂଚନା ପ୍ରଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବୋନିପଦର ରାସ୍ତାରେ ଯିବା ପାଇଁ ମନା କରି ଦିଅନ୍ତି। ଏହି ରାସ୍ତାର ସମସ୍ୟା,ରୀତିମତ ବ୍ଳକ ପ୍ରଶାସନ ସହ, ପଞ୍ଚାୟତ ଲୋକ ପ୍ରତିନିଧି, ଜ଼ିଲ୍ଲା ପ୍ରଶାସଣିକ, ନେତା, ମନ୍ତ୍ରୀ ସମସ୍ତଙ୍କୁ ମିଳିତ ସମସ୍ତ ଗ୍ରାମବାସୀ ଗୁହାରି, ପ୍ରାର୍ଥନା କରି କରି ଥକିଗଲେଣି। ନିଷ୍ପେସିତ, ଦଳିତ ଏହି ବନ ଜଙ୍ଗଳ, ପାହାଡ଼ରେ ରହୁଥିବା ଜଣ ଜାତିର ଦୁଃଖ ସହ ସରକାର ରାସ୍ତାଟି ତିଆରି କରିବା ପାଇଁ ନ ବୁଝିଲେ ଆଗାମୀ ଦିନରେ ଉକ୍ତ ପଚାଶ ଖଣ୍ଡ ଗ୍ରାମର ଗ୍ରାମବାସୀ ରାଜ ରାସ୍ତାକୁ ଆସି ଜନ ଆନ୍ଦୋଳନ ସହ ସମସ୍ତ ଅଖ ଚଖ ବନ୍ଦ କରିବ ନିଷ୍ପତ୍ତି ନିଆଯାଇଛି। ଏହି ରାସ୍ତାକୁ ଦେଖିଲେ ବିକାଶ ର ନଗ୍ନ ଚିତ୍ର ଦେଖିବାକୁ ମିଳିବ।

ad-week
Leave A Reply

Your email address will not be published.