
ଫୁଲବାଣୀ : ଫୁଲବାଣୀରେ ପୁଣି ଆଉ ଏକ ମୋଟର ସାଇକେଲ ପୋଡ଼ି ଘଟଣା ଘଟିଛି। ଫୁଲବାଣୀ ସର୍କିଟ ହାଉସର ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ରେ ଆଉ ଏକ ଅଗ୍ନି କାଣ୍ଡ ଭିଆଇଲେ ଦୁର୍ବୁତ୍ତ l ଶୁୁକ୍ରବାର ବିଳମ୍ବିତ ରାତିରେ, କାର୍ଯ୍ୟାଳୟ ର ପିଅନ ରମାକାନ୍ତ ମଲ୍ଲିକଙ୍କ ମୋଟର ସାଇକେଲକୁ କିଛି ଦୁର୍ବୁତ୍ତ ଜାଳି ଦେଇଛନ୍ତି ବୋଲି କହିଛନ୍ତି। ସେ ରହୁଥିବା କ୍ୱାର୍ଟର ବାହାରୁ କବାଟ ବନ୍ଦ କରି ଦୁର୍ବୃତ୍ତ ମୋଟର ସାଇକେଲ ପୋଡ଼ି ଚାଲିଯାଇଥିବା କହିଛନ୍ତି ରମାକାନ୍ତ । ସୂଚନା ପ୍ରକାରେ ରାତି ସମୟରେ ଅସାମାଜିକ ଲୋକମାନେ କାର୍ଯ୍ୟାଳୟ ନିକଟରେ ମଦ୍ୟପାନ କରି ହୋ ହାଲ୍ଲା କରିବା ସହ ଅସାମାଜିକ ଆଚରଣ କରନ୍ତି । ଏସବୁକୁ ବିରୋଧ କରିବା ସହ ଏଠାକୁ ନଆସିବା ପାଇଁ ସେମାନଙ୍କୁ ତାଗିଦ କରିଥିଲେ ରମାକାନ୍ତ । ହେଲେ ସେମାନେ ରମାକାନ୍ତଙ୍କୁ ଏହି ବାବଦରେ ପୋଲିସରେ ଅଭିଯୋଗ କଲେ ପରିିସ୍ଥିତି ଖରାପ ହେବ ବୋଲି ଧମକ ଦେଇଥିଲେ। ଯେ ଏବଂ ବିଳମ୍ବିତ ରାତ୍ରରେ ପାଚେରୀ ଡେଇଁ କ୍ୱାର୍ଟର ଆଗପଟରୁ କବାଟକୁ ବନ୍ଦ କରି ଆଗରେ ଥିବା ରମାକାନ୍ତ ମଲ୍ଲିକଙ୍କ ମୋଟର ସାଇକେଲକୁ ପୋଡ଼ି ଚାଲିି ଯାଇଥିଲେ। ନିଆଁ କୁ ଭିତର ପଟରୁ ଦେଖି ରମାକାନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀ କୁ ଫୋନ କରିବା ପରେ ଉଭୟ ପୋଲିସ ଓ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ଫୁଲବାଣୀ ସହରରେ ଥିବା କିଛି ଯାଗା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସେହି ସ୍ଥାନରେ ପୋଲିସ୍ ର ନିୟମିତ ଭାବେ ପାଟ୍ରୋଲିଂ ହେବା ସହିତ ଏହିଭଳି ଅସାମାଜିକ ବ୍ୟକ୍ତିଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।