ସାହୁ ଭାଉଜଙ୍କ ନଗ୍ନ ନାଚ ଭାଇରାଲ ପରେ ଯାତ୍ରାରେ ନଗ୍ନ ନାଚ ତଦାରଖ ପାଇଁ ପେଣ୍ଡାଲରେ ଲାଗିଲା ପୁଲିସ କ୍ୟାମେରା

add-all

ମାଲକାନଗିରି : ଗତ ଚାରି ଦିନ ତଳେ କତା ମେଟା ଠାରେ ଯାତ୍ରା ମଞ୍ଚ ରେ ସାହୁ ଭାଉଜ ନଗ୍ନନୃତ୍ୟ ଯୋଗୁଁ ସାହୁ ଭାଉଜଙ୍କ ଉପରେ କେସ ପରେ ଏବେ ଯାତ୍ରା ପେଣ୍ଡେଲ ରେ ପୁଲିସ କ୍ୟାମେରା ନଜରରେ ସଞ୍ଜମତା ସହିତ ନାଚିଛନ୍ତି ନିଶା ମହାରଣା, | ଯାତ୍ରା ମଞ୍ଚରେ ଲାଗିଲା ପୋଲିସ୍ କେମେରା । ପୋଲିସ ଛାଉଣୀରେ ଚାଲିଲା ଆଇଟମ ଗାର୍ଲ ନିଶା ମହାରଣାଙ୍କ ହଟ୍ ଡାନ୍ସ । ଅପେରା ପେଣ୍ଡାଲରେ ନିଶା ମହାରଣାଙ୍କ ଉପରେ ଫୋକସ ରଖିଲା କେମାରା ଲେନ୍ସ । ସୋମବାର ରାତ୍ର ରେ ମାଲକାନଗିରି ଡିଏନକେ ଖେଳ ପଡିଆ ଠାରେ ଚାଲିଥିବା ତାରୀଣି ଗଣନାଟ୍ୟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ପୁର୍ବରୁ କତାମେଟାରେ ଅନୁଷ୍ଠିତ ହୋଇଥିବା ଶ୍ରୀକ୍ଷେତ୍ର ଅପେରାରେ ଆଇଟମ ଗାର୍ଲ ସାହୁ ଭାଉଜ ଯେପରି ଅଶ୍ଳିଳ ଅଙ୍ଗ ପ୍ରଦର୍ଶନ କରିଥିଲେ ତାହାକୁ ନେଇ ବଦନାମ ହୋଇଛି ମାଲକାନଗିରି ପୋଲିସ । ତେଣୁ ଏହାର ପୁନରାବୃତ୍ତି ନଘଟିବା ଲାଗି ତାରୀଣି ଗଣନାଟ୍ୟ ଉପରେ ନଜର ରଖିଥିଲା ପୋଲିସ । ଯାତ୍ରା କମିଟି ଠାରୁ ଲିଖିତ ଗ୍ରହଣ କରି ନିଶା ମହାରଣାଙ୍କ ସୋ ଲାଗି ଅନୁମତି ଦେଇଥିଲା ମାଲକାନଗିରି ପୋଲିସ । ହେଲେ ଅପେରା ପେଣ୍ଡାଲରେ ନିଶା ମହାରଣା ଆସିବା ପରେ ଦର୍ଶକ ମାନଙ୍କ ମଧ୍ୟରେ ହୋ ହଲ୍ଲା ସୃଷ୍ଟି ହୋଇଥିଲା । ହେଲେ ଉପସ୍ଥିତ ଦର୍ଶକ ମାନ ଙ୍କୁ ନିଶା ମହାରଣା ସଞ୍ଜତ ଭାବେ ନୃତ୍ୟ ସଙ୍ଗୀତ ପରିବେଶଣ କରିଥିଲେ। ନିଶା ମହାରଣା ଙ୍କ ପକ୍ଷେ ଏହା ପ୍ରଥମ ଥର ସଞ୍ଜତା ପୂର୍ଣ୍ଣ ନୃତ୍ୟ ହୋଇଥିବାରୁ ଦର୍ଶକ ମାନେ ସହ ପରିବାର ବସିକି ଯାତ୍ରା ଶାନ୍ତି ପୁର୍ଣ ଭାବେ ଦେଖିଥିଲେ।

ad-week
Leave A Reply

Your email address will not be published.