ମାଲକାନଗିରି : ଗତକାଲି ଓଡିଶା ଆଇନଜୀବି ସଂଘର ୫୩ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଥିବା ବେଳେ ଆଜି ଅଲ ଓଡିସା ଆଇନଜୀବି ଅଧ୍ୟକ୍ଷ ଜ୍ଞାନରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଯାପନୀ ସମ୍ମିଳନୀରେ ମୁଖ୍ୟଅ୍ତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଲୟ ବିଚାରପତି ଆଦିତ୍ୟ ନାରାୟ୍ୟଣ ମହାପାତ୍ର, ଅଂଶଗ୍ରହଣ କରିଥିଲା ବେଲେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଅଜିତ କୁମାର ପାଣିଗ୍ରାହି, ମନୋରଂଜନ ମହାନ୍ତି, ବାର୍ କାଉନସିଲ ସଭ୍ୟ ରମେଶ ପାତ୍ର, ବିଭୁ ପ୍ରସାଦ ତ୍ରିପାଠି, ନବରଙ୍ଗପୁର ସଂଘ ସଭାପତି ନରସିଂହ ତ୍ରିପାଠି, ରାୟଗଡା ସଂଘ ସଭାପତି ପଦ୍ମନାଭ ଦାସ, ଜୟପୁର ସଂଘ ସଭାପତି ମୁନା ସିଂ ଲାଲ, ମାଲକାନଗିରିି ସଂଘ ସଭାପତି ନୃସିଂହ ଚରଣ ମହାନ୍ତି ମଂଚାସୀନ ଥିଲୋ ପ୍ରାରମ୍ଭରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରା ଯାଇଥଇଲ।। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଏହି ଅବସରରେ ନିଜ ବକ୍ତବ୍ୟରେ ମାଲକାନଗିରିର ଇତିହାସ ସମ୍ବନ୍ଧରେ ନିଜର ବକ୍ତବ୍ୟ ଦେବା ସହ ଆଇନ ବିସାରଦ ବାରିଷ୍ଠର ମଧୁସୁଦନ ଦାସଙ୍କ ସମ୍ବନ୍ଧରେ ସୂଚନା ଦେଇଥିଲୋ ତାଙ୍କ ଆଇନ ସମ୍ବନ୍ଧୀୟ ଜ୍ଞାନ ଏବଂ ଗଣତନ୍ତ୍ରରେ ଆଇନକୁ କିପରୁ ସୁଚାରୁ ରୁପେ ପାଳନ କରା ଯିବ ଏବଂ ସାଧାରଣ ଜନତା କିପରି ନ୍ୟାୟ ପାଇବେ ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲୋ ମାଲକାନଗିରି ଭଳଇ ଜିଲ୍ଲାରେ ଏପରି ରାଜ୍ୟସ୍ତରୀୟ ସମ୍ମିଳନୀ ନିଶ୍ଚିନ୍ତ ଭାବେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ଉପରେ ପ୍ରବାବ ପଡିବା ସହ ଆଗାମୀ ଦିନରେ ଦୁଇଟି ସଂଘ ଏକତ୍ରୀତ ହୋଇ ଏପରି ସମ୍ମିଳନୀ କଲେ ତାହା ନିଶ୍ଚିତ ଭାବେ ଲୋକାଭିମୁଖୀ ହେବ । ଆଇନଜୀବି ମାନେ ନିଷ୍ଠର ସହ ନିଜର କର୍ତବ୍ୟ, ଆଇନକୁ ଭଲଭାବେ ତର୍ଜମା କରି ସାଧାରଣ ଜନତାଙ୍କୁ କିପରି ଉଚିତ ନ୍ୟାୟ ପ୍ରଦାନ କରା ଯିବ, ଜଣେ ନିର୍ଦେଶ କିପରି ଦଣ୍ଡ ନ ପାଇ ପ୍ରକୃତ ଦୋଷୀ ଦଣ୍ଡ ପାଇବ ସେଥିପ୍ରତି ନିଜର ଜ୍ଞାନ କୌଶଳ ଅଦାଲତରେ ପେସ୍ କରିବା ବ୍ୟକ୍ତି ହି ସୁନାମଧନ୍ୟ ଆଇନଜୀବି ଭାବେ ପରିଚିତ ହେବେ । ପରେ ପରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ରଙ୍କୁ ଜିଲ୍ଲା ଆଇନଜୀବି ସଂଘ ତରଫରୁ ସମ୍ମାନୀତ କରା ଯାଇଥିଲା ପରେ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଭାପତି, ସମାଜସେବୀ, ବିଭିନ୍ନ ସଂଗଠନର କର୍ମକର୍ତା ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରା ଯାଇଥିଲ।। ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ୟୋଧନ ପାତ୍ର, ମାଲକାନଗିରି ୟୁନିଅନ ଅଫ ଜର୍ନାଲିଷ୍ଠ ସଭାପତି ଦେବପ୍ରସାଦ ଦାସ, ବରିଷ୍ଠ ସାମ୍ବାଦିକ ଗୋପିକୃଷ୍ଣ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରା ଯାଇଥିଲ।। ଦେବପ୍ରସାଦ ଦାସଙ୍କ ଅନୁପସ୍ଥିତିରେ ପ୍ରେମେନ୍ଦ୍ର ପରିଛା ଏହି ପୁରସ୍କାର ଗ୍ରହଣ କରିଥିଲୋ
