ତୃତୀୟ ଭଗବାନ ବିର୍ଷା ମୁଣ୍ଡା ଟ୍ରଫି ଜାତୀୟ ଟାଇକଣ୍ଡୋ ପ୍ରତିଯୋଗତା-୨୦୨୪ରେ ଗଞ୍ଜାମ ଜିଲ୍ଲାର ସଫଳତା

add-all

ବ୍ରହ୍ମପୁର : ଚଳିତ ମାସ ୨୭ ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ତୃତୀୟ ଭଗବାନ ବିର୍ଷା ମୁଣ୍ଡା ଟ୍ରଫି ଜାତୀୟ ଟାଇକଣ୍ଡୋ ପ୍ରତିଯୋଗତା-୨୦୨୪ ଖେଳଗାଓଁ, ରାଞ୍ଚି, ଝାରଖଣ୍ଡଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ବହୁ ପ୍ରତିଭାପୂର୍ଣ୍ଣ ଖେଳାଳୀ ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ସ୍ମାରକ ଶର୍ମା(ଗୋଲ୍ଡ), ପ୍ରମ୍ୟୁନ୍ନା ପ୍ରିୟାଞ୍ଜଳି ପଢିଆରି(ଗୋଲ୍ଡ), ସୌର୍ୟ୍ୟ ସଂକଳ୍ପ(ଗୋଲ୍ଡ), କାହ୍ନା ସେଠୀ(ଗୋଲ୍ଡ), ଦିବ୍ୟସ୍ୱରୂପ ତ୍ରିପାଠୀ(ଗୋଲ୍ଡ), ଏସ୍. ଚେନ୍ନାୟା ରେଡ୍ଡୀ(ଗୋଲ୍ଡ), ଆଇଶା ବେହେରା (ଗୋଲ୍ଡ) ମେଡାଲ ହାସଲ କରିଥିବା ବେଳେ ବି.ବସନ୍ତ ରେଡ୍ଡି, ମୁକେଶ ପ୍ରଧାନ, ଟି.କାର୍ତ୍ତୀକ ରେଡ୍ଡି (ବ୍ରୋଞ୍ଜ) ପଦକ ହାସଲ କରି ଆମ୍ଭ ଗଞ୍ଜାମ ଟାଇକଣ୍ଡୋ ଆସୋସିଏସନର ନାମକୁ ଗର୍ବିତ କରିଛନ୍ତି । ଏହି ପ୍ରତିଯୋଗିତାରେ ମାଷ୍ଟର ଇ. ଲଲିତ କୁମାର ଜାତୀୟ ସ୍ତରୀୟ ରେଫରୀ ଭାବେ ନିୟୋଜିତ ହୋଇଥିଲେ ଓ ମାଷ୍ଟର ବାସୁ ନାଏକ ଗଞ୍ଜାମ ଜିଲ୍ଲା ତରଫରୁ ଓଡିଶା କୋଚ୍ ଭାବେ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ । ଉକ୍ତ ପ୍ରତିଯୋଗୀତାରେ କୃତିତ୍ୱ ଲାଭ କରିଥିବା ଖେଳାଳୀମାନେ ଆଜି ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବା ପରେ କେ ମନୋଜ ପ୍ରଧାନ,ସୁସ୍ମିତା ଶର୍ମା, ଅନିତା ମିଶ୍ର, ଏସ୍ ଯୁଧିଷ୍ଟିର ରେଡ୍ଡୀ ତାଡକେଶ୍ୱର୍ ରେଡ୍ଡୀ,ପ୍ରଭାତ ତ୍ରିପାଠୀ, ସତ୍ୟବାନ ବେହେରା,ସ୍ଥାନୀୟ ଅଭିଭାବକକଙ୍କ ସହ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ।

ad-week
Leave A Reply

Your email address will not be published.