
ବ୍ରହ୍ମପୁର : ଅପରାଧୀଙ୍କ ଆତଙ୍କ : ମାଉଜର ଓ ବୋମା ଦେଖାଇ ଧମକାଉଥିବା ସିସିଟିଭି ରେ ହେଲା କଏଦ | ଏଭଳି ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ୧୧ ନମ୍ବର ଅଞ୍ଚଳରେ। ଅମୁଲ୍ୟ ରଥଙ୍କ ଘରକୁ ଲକ୍ଷ୍ୟକରି ଗୁଳି ଫୁଟାଇଛନ୍ତି ଦୁର୍ବୃତ୍ତ। ତେବେ ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କିଛିଦିନ ପୂର୍ବରୁ ଜଣେ ପୁରୁଣା ଅପରାଧୀ ବିରୋଧରେ ଏତଲା ଦେବା ପରେ ପୁଣି ତାଙ୍କ ପରିବାରକୁ ଧମକ ଦିଆ ଯାଇଥିବା ଜଣାପଡିଛି।ହୋଇଛି। ସିସିଟିଭି ଫୁଟେଜ କୁ ଆଧାର କରି ପୋଲିସ ତଦନ୍ତ ଚାଲିଛି ଖୁବଶୀଘ୍ର ଅପରାଧି ଙ୍କୁ ଗିରଫ କରାଯିବ ବୋଲି ଏସପି ଡାକ୍ତର .ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।