ବ୍ରହପୁର ବିଶ୍ୱବିଦ୍ୟାଳୟ ସାବେରୀ ହଷ୍ଟେଲରେ ଅଗ୍ନିକାଣ୍ଡ, ବହୁ ଆସବାବପତ୍ର ଜଳିପୋଡି ହେଲା ପାଉଁଶ

add-all

ବ୍ରହ୍ମପୁର : ଆଜି ଅପରାହ୍ନ ୧୦ ଘଣ୍ଟା ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ରହିଥିବା ସାବେରୀ ମହିଳା ଛାତ୍ରାବାସର ଏକ କୋଠରୀ ରେ ନିଆଁ ଲାଗି ଯାଇଥିଲା।କୋଠରୀରେ ରହିଥିବା ସମସ୍ତ ଆସବାବପତ୍ର ଜଳି ପୋଡି ଯାଇଥିଲା।ତେବେ କୌଣସି ଧନ ଜୀବନ ନଷ୍ଟ ନ ହୋଇଥିଲେ ମଧ୍ୟ ବହୁ ଛାତ୍ରୀଙ୍କ ଦାମିକା ଲାପଟପ, ପୋଷାକ,ମୋବାଇଲ ଫୋନ, ବହୁ ଦରକାରୀ ପାଠପଢା ବହି ଆଦି ଜଳି ପୋଡି ନଷ୍ଟ ହୋଇ ଯାଇଥିବା ଜଣାପଡିଛି ।ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। କିନ୍ତୁ ଅଗ୍ନିକାଣ୍ଡ ଘଟିବା ବିଷୟ କୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରି ନ ଥିବା ଜଣାପଡିଛି।କେତେ ବର୍ଷ ଧରି ଏହି ଛାତ୍ରାବାସର ବୈଦ୍ୟୁତିକ ଉପକରଣ ବଦଳା ଯାଇ ନ ଥିଲା କିମ୍ବା ଉପକରଣ ନିମ୍ନ ମାନର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଯଦି ଏଭଳି ଅଗ୍ନିକାଣ୍ଡ ରେ କୌଣସି ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲେ ଦାୟୀ କିଏ ରହିଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି।ବିଶ୍ୱବିଦ୍ୟାଳୟ ମହିଳା ଛାତ୍ରାବାସ କୁ ଯାଇଥିବା ସ୍ଥାନୀୟ ରାଜସ୍ୱ ବିଭାଗ ମହିଳା ଆର. ଆଇ ଙ୍କୁ ମଧ୍ୟ ତଦନ୍ତ କରିବାକୁ ଛଡା ଯାଇନଥିଲା।କେଉଁ କାରଣକୁ ଲୁଚାଇବା ପାଇଁ କର୍ତ୍ତୃପକ୍ଷ ଆର. ଆଇ ଙ୍କୁହଷ୍ଟେଲ ମଧ୍ୟକୁ ଯିବା ପାଇଁ ଅନୁମତି ଦେଇ ନ ଥିଲେ ତାହା ତଦନ୍ତ ସାପେକ୍ଷ ରହିଛି।

ad-week
Leave A Reply

Your email address will not be published.