ନୟାଗଡ଼: ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଙ୍କୁ ଓଡ଼ିଆ ବିଭାଗ ଅଧ୍ୟାପକ ବାନାମ୍ବର ପୃଷ୍ଟି ମାଡ଼ ମାରିବା ଏବଂ ଦୃବ୍ୟବହାର କରିବା ଘଟଣାରେ ନୟାଗଡ଼ ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ପ୍ରତ୍ୟେକ୍ଷଦର୍ଶୀ ଙ୍କୁ ପଚରା ଉଚରା କରିବା ସହିତ ଅଧ୍ୟାପକ ପୃଷ୍ଟି ଙ୍କୁ ଥାନରେ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ଟାଉନ ଥାନା ପୋଲିସ ପକ୍ଷ ରୁ ନୋଟିସ ପଠାଯାଇଛି ବୋଲି ଥାନା ଅଧିକାରୀ ରଶ୍ମୀରଂଜନ ମହାପାତ୍ର ସୂଚନା ଦେଇଛନ୍ତି । ମାତ୍ର ଅଧ୍ୟାପକ ପୃଷ୍ଟି ଅସୁସ୍ଥ ହୋଇ କଟକ ମେଡିକାଲ ରେ ଚିକିତ୍ସିତ ହେଉଥିବା କହି ଏଡାଇ ଯାଇଥିଲେ । ଆସନ୍ତା ୭ ତାରିଖ ଦିନ ଥାନାରେ ହଜାର ହେବାପାଇଁ ନୋଟିସ ପଠାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନିଜର ଚାମ୍ବର କୁ ଫେରିବା ସମୟରେ ଅଧ୍ୟାପକ ପୃଷ୍ଟି ତାଙ୍କ ସହ ଯୁକ୍ତିତର୍କ କରିବା ସହ ଏକ ଚାପୁଡ଼ା ମାରିଥିଲେ । ଏହା ଦେଖି ଅନ୍ୟ କର୍ମଚାରୀ ମାନେ ଅଟକାଇବା ପରେ ମଧ୍ୟ ଅଧ୍ୟାପକ ପୃଷ୍ଟି ପୁଣି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ମହାବିଦ୍ୟାଳୟରେ ଜରୁରୀ ଷ୍ଟାଫ୍ କାଉନସିଲ ବୈଠକ ବସି ଥାନାରେ ଏତଲା ସହିତ ନିନ୍ଦା ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ନିଷ୍ପତି ହୋଇଥିଲା । ଅଧ୍ୟାପକ ପୃଷ୍ଟି ଏକ ସାଧା କାଗଜରେ ଅଧ୍ୟକ୍ଷ ଙ୍କ ଦସ୍ତଖତ କୁ ଜାଲିଆତି କରିଥିବାରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ତାଙ୍କୁ ଓଡ଼ିଆ ବିଭାଗ ସଂଯୋଜକ ଦାୟିତ୍ବ ରୁ ବାହାର କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଧ୍ୟାପକ ପୃଷ୍ଟି ଆକ୍ରମଣ କରିଛନ୍ତି ।
