ନକଲି ମଦ ଚୋରା ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ :୧ ଗିରଫ

add-all


ହିଞ୍ଜିଳିକାଟୁ ୪!୧ ନକଲି ମଦ ଚୋରା ଚାଲାଣର ନୂଆ ତରିକା । ଯାତ୍ରୀବାହୀ ବସ୍‌ରେ କୁରୁକୁରେ କାର୍ଟୁନ୍ ରେ ନକଲି ମଦ ନେଉଥିଲେ । ନକଲି ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ଵିଭାଗପୋଲିସ ‌।ଜଣଙ୍କୁ ଗିରଫ କରିବା ସହ ୧୭.୨୮୦ ଲିଟର ନକଲି ମଦ ଓ ଈ ସ୍କୁଟି ଜବତ କରିଛି ଗୁଇନ୍ଦା ବିଭାଗ। ଏକ ବିଶେଷ ସୁତ୍ରରୁ ଖବରପାଇ
ଶନିବାର ଭୋରରେ ହିଞ୍ଜିଳିକାଟୁ ଠାରୁ ଭୟା ପୁରୁଷୋତ୍ତମପୁର ଦେଇ କବିସୂର୍ଯ୍ୟନଗର ଯାଉଥିବା ଘରୋଇ ବସ୍‌ ଶ୍ରୀ ମନ୍ଦିର ରେ ଚୋରା ଦେଶୀ ମଦ ଯାଉଥିବାର ଖବର ପାଇଥିଲା ଅବକାରୀ ଗୁଇନ୍ଦା ଵିଭାଗପୋଲିସ । ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଚଢାଉ ପରେ ନକଲି ମଦ ସହ ଜଣେ ଧରାପଡିଛନ୍ତି । ଗିରଫ ଜଣକ ହେଲେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମାଣିକ ନଗର ବାସିନ୍ଦା ସୂର୍ଯ୍ୟନାରାୟଣ ପାତ୍ର ୩୮ । ୮ ମାସ ହେବ ଏହି ବସରେ କୁରୁକୁରେ ସହ ନକଲି ମଦ ପୁରୁଷୋତ୍ତମପୁର ପଠାଉଥିବା
କହିଛନ୍ତି ଗିରଫ ଅଭିଯୁକ୍ତ । ତେବେ ଚୋରା ନକଲି ମଦ ନେଟୱର୍କର ମାଷ୍ଟରମାଇଣ୍ଡ କିଏ ସେ ସଂପର୍କରେ ମୁଁହ ଖୋଲୁନାହାନ୍ତି ଗିରଫ ଅଭିଯୁକ୍ତ ।ଏହି ନକଲି ମଦକୁ କୁରୁକୁରେ ସହ ଗାଁ ଗୁଡ଼ିକର ପାନ ଦୋକାନ ଠାରୁ ଆରମ୍ଭ କରି ଅନ୍ୟ ଦୋକାନ ମାନଙ୍କରେ କମ ଦାମରେ ବିକ୍ରି କରୁଥିଲେ।ହିଞ୍ଜିଳିକାଟୁ ପୌରପରିଷଦ ର ସାହି ଗଳି ଦୋକାନ ସହ ଚା ଦୋକାନ ପାନ ଦୋକାନରେ ବହୁଳ ପରିମାଣରେ ବିକ୍ରୀ ହେଉଛି ନକଲି ମଦ। ଦୀର୍ଘ ଦିନ ଧରି ଏଭଳି ମଦ ବିକ୍ରି କରୁଥିବା ଵେଳେ ବର୍ତ୍ତମାନ ଛତ୍ରପୁର ଅବକାରୀ ଗୁଇନ୍ଦା ଵିଭାଗପୋଲିସ ଗିରଫ କରିଛି।ଆଉ କେହି ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ତଦନ୍ତ ଜାରୀ ରହିଥିବା କହିଛନ୍ତି ଛତ୍ରପୁର ଅବକାରୀ ଗୁଇନ୍ଦା ବିଭାଗର ଆରକ୍ଷୀ ଉପଅଧୀକ୍ଷକ ସ୍ଵାଧୀନ ସାହୁ। ଏନେଇ ପି ଆର କେଶ ନଂ ୭୩/୨୪/୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।ଏହି ଚଢାଉ ସମୟରେ ପୁରୁଷୋତ୍ତମପୁର ଅବକାରୀ ବିଭାଗ ନିରିକ୍ଷକ ଅଂଶୁମାନ ଜେନା,ଭାରପ୍ରାପ୍ତ ଅଧିକାରୀ ଦେବାଶିଷ ମହାପାତ୍ର, ଛତ୍ରପୁର ଏସ ଏଫ୍ ଏ ଏସ ଆଇ ରବିନ୍ଦ୍ରନାଥ ବିଶ୍ଵାଳ, ହିଞ୍ଜିଳିକାଟୁ ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ସୁମିତ୍ରା ଵିଶି, ହିଞ୍ଜିଳିକାଟୁ ଅବକାରୀ ବିଭାଗ ର ଏସ ଭିମା ରାଓ,ଲୋକେଶ୍ଵର ପ୍ରଧାନ, ପ୍ରଫୁଲ୍ଲ ଶବର, ଲିଙ୍ଗରାଜ ମଲିକ ପ୍ରମୁଖ ଚଢ଼ାଉ ବେଳେ ସହଯୋଗ କରିଥିଲେ।ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତନାଘନା ଚଳାଇଛି ଅବକାରୀ ବିଭାଗ ପୋଲିସ।

ad-week
Leave A Reply

Your email address will not be published.