ଡେପଗୁଡ଼ା ଗ୍ରାମର ମୁଖ୍ୟ ରାସ୍ତା ଲୋକଙ୍କ ସାହାରା ଅସ୍ଥାୟୀ କାଠ ପୋଲ, ସରକାରୀ ଯୋଜନା ଏଠି ସାତ ସପନ…!!

ପ୍ରଶାସନ ନୀରବ ଦ୍ରଷ୍ଟା…

Independence


ଉମରକୋଟ ( ୦୪/୦୧/୨୦୨୫) ନବରଙ୍ଗପୁର ଜ଼ିଲ୍ଲା ଏକ ଆଦିବାସୀ ଅଧୁଷିତ ( KBK) ଜ଼ିଲ୍ଲାରେ ପରିଗଣିତ ହେବା ପରେ ଏହି ଜ଼ିଲ୍ଲାର ଦୁଃଖ କହିଲେ ନ ସରେ। ଜଙ୍ଗଳ ବେଷ୍ଠିତ ଅନୁସୂଚିତ ସମ୍ପ୍ରଦାୟ ଜନ ଜାତିର ବିଭିନ୍ନ ଲୋକ ମାନେ ଜଙ୍ଗଳ ମଝିରେ ଘର କରି ଜଙ୍ଗଳ ଜାତୀୟ ଫଳ ମୂଳ ସଂଗ୍ରହ କରି ସେମାନଙ୍କର ପୁରୁଷ ପୁରୁଷ ଧରି ଜୀବିକା ନିର୍ବାହ କରି ଆସୁଛନ୍ତି। ନିରୀହ ସହଜ ସରଳ ଏହି ଅନୁସୂଚିତ ଜନ ଜାତି ବର୍ତ୍ତମାନ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ , ନିଷ୍ପେସିତ, ଦଳୀତ ,ଓ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ କାହିଁକି ଏହାକୁ ନେଇ ଅଞ୍ଚଳ ବାସୀ ସରକାର ଓ ଜ଼ିଲ୍ଲା ପ୍ରଶାସନକୁ ପ୍ରଶ୍ନ ପଚାରୁଛନ୍ତି।ଆମେ କଣ ଭୋଟ ଦେଉନି ? ଆମେ କଣ ଭାରତର ନାଗରିକ ନୁହଁ କି ? ଆମର ଭୋଟ କଣ କାହାକୁ କାମରେ ଆସୁ ନାହିଁ ? ଏହି ପରି ସ୍ୱର ଉତ୍ତୋଳନ କରୁଛନ୍ତି, ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକର ସୁଖିଗାଁ ପଞ୍ଚାୟତର ଡେପଗୁଡ଼ା, ବରୀଗୁଡା, ସୁଖିଗାଁ ଡିଏନକେ, ସୁଖିଗାଁ ଆଦିବାସୀ, ବଡ଼ାଡଙ୍ଗରି ଓ ମାଟଗାଁ ଗ୍ରାମର ଗ୍ରାମବାସୀ ମାନେ। ସୂଚନା ପ୍ରକାରେ ଉକ୍ତ ଗ୍ରାମ ଗୁଡିକର ପ୍ରାୟ ଲୋକ ମାନେ ବେହେଡ଼ା ଉପରେ ନିର୍ଭରଶିଳ। ରାତି ପାହିଲେ ସ୍କୁଲ, କଲେଜ, ବ୍ୟାଙ୍କ, ଆର ଆଇ ଅଫିସ ସହ ନିତ୍ୟ ଦୈନନ୍ଦିନ ସୁଖ ଦୁଃଖ ପାଇଁ ଆସନ୍ତି କିନ୍ତୁ ଯିବା ଆସିବା ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ରହିଛି ଗୋଟିଏ ଛୋଟ ଅସ୍ଥାୟୀ କାଠ ପୋଲ। ଯାହାର ଅବସ୍ଥା ଅତିରୁ ଅତି ବିପଦପୂର୍ଣ୍ଣ ଏବଂ ଏହି କାଠ ପୋଲରୁ ତଳେ ପଡ଼ି ଲୋକ ମାନେ କ୍ଷତବିକ୍ଷତ ହେବାର କଥା ଉକ୍ତ ଗ୍ରାମବାସୀ ମାନେ କହିଛନ୍ତି। ବିଗତ ବର୍ଷାରେ ଏହି କାଠ ପୋଲଟି ସମ୍ପୂର୍ଣ ଧୋଇ ହୋଇ ଯାଇଥିଲା।ସୁଖିଗାଁ ଗ୍ରାମ ପଞ୍ଚାୟତର ଲୋକମାନେ ଏହି କାଠ ପୋଲ ବିଷୟରେ ବାରଂବାର ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଶନ କଲେ ମଧ୍ୟ ପ୍ରଶାସନ ଶୁଣୁ ନାହାନ୍ତି ବୋଲି ପଞ୍ଚାୟତ ବାସୀ ଦୃଢ଼ ନିନ୍ଦା କରିବା ସହିତ ଅଭିଯୋଗ କରିଛନ୍ତି। ଉକ୍ତ ଗ୍ରାମ ଗୁଡିକରେ ହଟାତ କାହାର ଦେହ ଅସୁସ୍ଥ ହେଲେ ବା ଡେଲିଭରି ରୋଗୀ ଥିଲେ ତାହାକୁ ଖଟିଆରେ କାଠ ପୋଲ ଦେଇ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଏ। ପଞ୍ଚାୟତବାସୀଙ୍କ ଅଭିଯୋଗ ପରେ ବିଡିଓ, ଆର ଡି, ଜେଇ ଓ ଏସ ଡି ପିଅ ମ୍ୟାଡମ ବିଗତ ଚାରି ମାସ ପୂର୍ବେ ସେହି କାଠ ପୋଲ ପାଖରେ ଯାଇ ମାପ ଜୁପ କରି ଫେରି ଆସିଥିଲେ। ଏହା ଦେଖି ପଞ୍ଚାୟତବାସୀଙ୍କ ମନ ବହୁତ ଖୁସି ହୋଇ ଯାଇଥିଲା ଯେ ପୋଲ ତିଆରି ହେବ କହି କିନ୍ତୁ ପଞ୍ଚାୟତବାସୀଙ୍କ ଖୁସି ରାତିର ସ୍ବପ୍ନ ଭଳି ଅନ୍ଧାରରେ ହଜିଗଲା। ମାପ ଜୁପ ନେଲା ପରେ ପ୍ରଶାସନ ଓ ଆର ଡି ବିଭାଗ କାହିଁକି ? ନିରବ ଦ୍ରଷ୍ଟା ପାଲଟି ଗଲା ବୋଲି ପଞ୍ଚାୟତବାସୀ ପ୍ରଶ୍ନବାଚୀ ସୃଷ୍ଟି କଲେଣି। ଏହି ମାପ ଜୁପ କଣ ଲୋକ ଦେଖାନିୟା ଥିଲା। ଅନସୂଚିତ ଜାତି କଣ ଦଳିତ, ନିଷ୍ପେସିତ ଓ ଉପହାସର ପାତ୍ର? ଯେ ସରକାର ଓ ପ୍ରଶାସନ ସେମାନଙ୍କ ଅଣଦେଖା କରୁଛନ୍ତି କହି ସମସ୍ତ ସୁଖିଗାଁ

ପଞ୍ଚାୟତବାସୀ ଅଭିଯୋଗ କରିବା ସହିତ ଅତି ସତ୍ତର ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପଞ୍ଚାୟତବାସୀଙ୍କ ଦୁଃଖ ପାଇଁ ଏହି କାଠ ପୋଲଟି ନିର୍ମାଣ କାର୍ଯ୍ୟ ଆରମ୍ବ ନ କରନ୍ତି ତାହା ହେଲେ ସମସ୍ତ ପଞ୍ଚାୟତବାସୀ ଆଗାମୀ ଦିନରେ ରାଜ ରାସ୍ତାରେ ଉଲ୍ଲେଇ ପ୍ରତିବାଦ କରିବା ସହିତ ଅଖ ଚକ ବନ୍ଦ କରିବ କହି ଚେତାବନି ଦେଇଛନ୍ତି।

ad-week
Leave A Reply

Your email address will not be published.