ମନ୍ଥର ଗତିରେ ଚାଲିଛି ଉମରକୋଟ / ରାଇଘର ମୁଖ୍ୟ ରାସ୍ତାର କାମ…

add-all

ଯାତାୟାତ କରୁଥିବା ବାଟୋଇ ଙ୍କ ସହ ରାସ୍ତା ପାର୍ଶରେ ବସବାସ କରୁଥିବା ପରିବାର ହନ୍ତ ସନ୍ତ।
ଉମରକୋଟ : ଉମରକୋଟ, ରାଇଘର ୩୦ କିଲୋମିଟର ଜାତୀୟ ୪୦ ନଂ ରାଜ୍ୟ ରାଜ ପଥଟି ଆନୁମାନିକ ପ୍ରାୟ ପାଞ୍ଚ ମାସ ଉପରେ ହେବ ବଡ଼ ଆକାରରେ ତିଆରି କାର୍ଯ୍ୟ ପ୍ରୋଗତିରେ ଅଛି କିନ୍ତୁ ଏହି ୪୦ ନଂ ରାଜ୍ୟ ରାଜପଥଟିର କାର୍ଯ୍ୟଟି ଏତେ ମନ୍ଥର ଗତିରେ ଚାଲୁଛି ତାହାର କିଛି ଠିକ ଠିକଣା ନାହିଁ। ଏହି ରାସ୍ତାଟି ଜାତୀୟ ରାଜପଥ ହେଇଥିବାରୁ ଦୈନନ୍ଦିନ ରାତି ଦିନ ଛୋଟ ବଡ଼ ଭାରିଯାନବାହାନ ଯାକ ଚଲାଚଲ କରୁଛି, ଯାହା ପାଇଁ ନୂଆ ତିଆରି ହୋଉଥିବା ରାସ୍ତାରେ ପ୍ରବଳ ଧୂଳି ଉଡ଼ି ରାସ୍ତାର ଆଖ ପାଖରେ ରହୁଥିବା ପରିବାର ମାନଙ୍କ ସହ ଯାତାୟାତ କରୁଥିବା ବାଟୋଇ ହନ୍ତ ସନ୍ତ। ସନ୍ଧ୍ୟା ବେଳେ ରାସ୍ତାଟିରେ ନାମ ମାତ୍ର ପାଣି ପକାଉଛନ୍ତି କହି ରାସ୍ତାର ପାର୍ଶରେ ବସବାସ କରୁଥିବା ପରିବାର ମାନେ ଆମ ‘ନିସର୍ତ’ ରିପୋର୍ଟର ଆଗରେ ଅଭିଯୋଗ କରି ପ୍ରକାଶ କରିଛନ୍ତି। ପ୍ରବଳ ଧୂଳି ଉଡିବା ସକାଶେ ଧୂଳି ଯାକ ସବୁ ଘର ଭିତରେ ପଶି ସାନ ସାନ ପୁଅ, ଝିଅ ସହିତ ବଡ଼ ଲୋକ ମାନେ ମଧ୍ୟ ଶ୍ୱାସ କଷ୍ଟ ସହ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି କହି ରାସ୍ତା କଡ଼ରେ ବସବାସ କରୁଥିବା ପରିବାର ଦୁଃଖର ସହିତ ବର୍ଣ୍ଣଣା କରିଛନ୍ତି। ଯଥା ଶୀଘ୍ର ଦ୍ରୁତ ଗତିରେ ୪୦ ନଂ ରାଜ୍ୟ ରାଜ ପଥଟିର କାର୍ଯ୍ୟ ଠିକାଦାର ଓ ପି,ଦୁବ୍ଲୁ,ଡି ବିଭାଗ ଧ୍ୟାନ ଦେଇ ଯାତାୟାତ କରୁଥିବା ବାଟୋଇଙ୍କ ସହ ରାସ୍ତା ପାର୍ଶରେ ବସବାସ କରୁଥିବା ସାଧାରଣ ଜନତାର ଦୁଃଖ ବୁଝି ସୁ-ସମ୍ପୂର୍ଣ କରିଲେ ସେମାନେ ଏହି ନାହିଁ ନ ଥିବାର ହନ୍ତ ସନ୍ତରୁ ମୁକ୍ତି ପାଇଥାନ୍ତା କହି ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.