ଆଓମା ଗୁରୁକୁଳ ଠାରେ ଦିବଙ୍ଗତ ସାମ୍ବାଦିକଙ୍କ ବିୟୋଗରେ ଶୋକସଭା

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ରାଜ୍ୟ ଛତିଶଗଡ଼ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ଓ ମୃତଦେହ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ଉଧାର ପରେ ସମଗ୍ର ଛତିଶଗଡ଼ ରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ପୋଲିସ ପକ୍ଷରୁ ହତ୍ୟା ଅଭିଯୋଗରେ ୬ବ୍ୟକ୍ତି ଙ୍କୁ ପୋଲିସ ଗରିଫ କରିଥିଲା । କାର୍ଯ୍ୟ ରତ ସାମ୍ବାଦିକଙ୍କୁ ହତ୍ୟା କୁ ନେଇ ଆଜି ମାଲକାନଗିରି ସାମ୍ବାଦିକଙ୍କ ପକ୍ଷରୁ ଆଓମା ଗୁରୁକୂଳ ଠାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ଶୋକ ସଭାରେ ଦୁଇ ମିନିଟ ନିରବ ପାର୍ଥନା କରିବା ସହ ସ୍କୃତି ଚାରଣ କରିଥିଲେ । ଏହାର ତଦନ୍ତ ସହ ଦୋଷୀକୁ ମୃତ୍ୟୁଦଣ୍ଡ ଦେବାକୁ ଦାବି ହୋଇଥିଲା । ଆଜିର ଏହି ଶୋକସଭାରେ ସାମ୍ବାଦିକ ଗୋପୀକୃଷ ପଟନାୟକ,ରତ୍ନାକର ଦାସ,ଦେବ ବ୍ରତ ସାନା, ଦୁର୍ଗା ପଟନାୟକ, ବିଧାୟକ ପ୍ରତିନିଧି ରାୱାଲ ଟାୱାରି, ,ସାଂସଦ ପ୍ରତିନିଧି ବିଜୟ ମହାରଣା ବିଜେପି ନେତା ପ୍ରମୋଦ ଦଳେଇ, ମୁନା ତ୍ରିପାଠୀ, ସମାଜ ସେବୀ ଜି ଶ୍ରୀନିବାସ ରାଓ ସମୂହ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.