ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଳକ ତୁରୁଡ଼ିହି ଡିଏନକେ ଗ୍ରାମର ହାଇସ୍କୁଲ ପଡ଼ିଆରେ ମହା ଆଡମ୍ବର ସହିତ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ଶତବାର୍ଷିକୀ ଅନୁଷ୍ଠିତ ହୋଇ ଯାଇଛି । ଅନୁକୂଳ ଚନ୍ଦ୍ର ବିଂଶ ଶତାଦ୍ଦୀର ସମାଜ ସଂସ୍କାରକ ଜଣେ ଅଧ୍ୟାତ୍ମିକ ସତ ଧର୍ମଗୁରୁ ଥିଲେ। ସତସଙ୍ଘର ପ୍ରତିଷ୍ଠିତା ତଥା ମାନବ ଜୀବନର ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପଦେୟ ବାଣୀର ସଂକଳୟିତା ଥିଲେ।ଆଜିର ଏହି ଜନ୍ମ ମହାଉତ୍ସବରେ ଠାକୁରଙ୍କ ସହଶ୍ରାଧିକ ପୁରୁଷ, ମହିଳା ଓ ଜାତି ବର୍ଣ୍ଣ ନିର୍ବିଶେଷରେ ବ୍ଲକ ର କୋଣ ଅନୁକୋଣ ରୁ ଆସି ସତ ସଙ୍ଘ ତୁରୁଡ଼ିହି ଗ୍ରାମରେ ପ୍ରାତଃ ସମୟରେ ସାହାନାଇ, ଉଷା କୀର୍ତ୍ତନ, ପ୍ରାର୍ଥନା, ଗ୍ରନ୍ଥ ପାଠ, ନଗର କୀର୍ତ୍ତନ ସହ ସର୍ବ ଧର୍ମ ପ୍ରାର୍ଥନା କରାଯାଇ ଥିବା ସଭାରେ ଯୋଗଦାନ କରିଥିଲେ।ବିଗତ ୨୦୦୮ ମସିଆରୁ ତୁରୁଡ଼ିହି ଗ୍ରାମ ସହ ପ୍ରମୁଖ ରିତ୍ତିକ ମାନେ ଏକତ୍ର ସମବେଦ ହୋଇ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟଗତ ଭେଦଭାବ ଭୁଲି ବର୍ତ୍ତମାନର ସଙ୍କଟମୟ ମୁହୁର୍ତ୍ତରେ ନିଜକୁ ସପରିବେଶରେ ଅଭିଷିକ୍ତ କରି, ଜୀବନକୁ ସାର୍ଥକ କରିବା ସହିତ ବିଶ୍ୱଶାନ୍ତି ପଥରେ ଅଗ୍ରସର ହୋଇ ଚାଲିବା କହି ଉପସ୍ଥିତ ସମସ୍ତ ଭକ୍ତ/ ଭକ୍ତା ମତ ପ୍ରକାଶ କରିଛନ୍ତି। (ଉମରକୋଟ ରୁ, ରସିକ ସରକାର, )
