ଭଞ୍ଜନଗର ପ୍ରସିଦ୍ଧ ସାଇ ମନ୍ଦିର ରୁ ଚୋରି,ଦର୍ଶନ ବନ୍ଦ…

ପୋଲିସ ର ଢିଲା ପେଟ୍ରୋଲିଙ୍ଗ କୁ ଦାୟୀ କଲେ ଅଞ୍ଚଳ ବାସୀ…

add-all

ଭଞ୍ଜନଗର : ଭଂଜନଗର ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ । ରାତି ତମାମ୍ କଲେ ତୁମୁଳ କାଣ୍ଡ । ଗତ ବିଳମ୍ବିତ ରାତିରେ ସାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣା ସାମ୍ନା କୁ ଆସିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଇପାସ୍ ରୋଡ଼ ରେ ଥିବା ଶିରିଡ଼ି ସାଇ ମନ୍ଦିରରୁ ଗତ କାଲି ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ । ତେବେ ରାତି ପ୍ରାୟ ଗୋଟାଏ ସମୟରେ ମନ୍ଦିରର ପଛପଟ ଫାଟକକୁ ଭାଙ୍ଗି ଠାକୁରଙ୍କ ପ୍ରତିମୂର୍ତ୍ତି ରେ ଲଗାଯାଇଥିବା ରୂପା ଏବଂ ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟ କରିନେଇଛନ୍ତି ଚୋର । ଯାହା ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ ରୁ ଜଣାପଡ଼ୁଛି କେଉଁଭଳି ଭାବେ ଚତୁରତାର ସହ ମନ୍ଦିର ଭିତରେ ଚୋରି କରି ଖସି ଯାଇଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ୍ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି । ଛତ୍ରପୁରରୁ ସନ୍ଧାନି କୁକୁର ଆସି ଚୋର ମାନେ ଆସି ଥିବା ରାସ୍ତା ଓ ବ୍ୟବହାର କରିଥିବା ବସ୍ତୁକୁ ତନ ତନ କରି ଯାଞ୍ଚ କରିଛି।ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ସୂଚନା ମୁତାବକ ଗତ ରାତି ଅର୍ଥାତ ୪ ତାରିଖ ମଧ୍ୟ ରାତ୍ର ରେ ତିନି ଜଣ ଚୋର ମନ୍ଦିର ଭିତରେ ଲିଶୁଣି ଦ୍ୱାରା ପ୍ରବେଶ କରିଥିଲେ ଓ ସାଇ ବାବାଙ୍କ ବିଭିନ୍ନ ସୁନା ,ରୁପା ଅଳଙ୍କାର ସହ ହୁଣ୍ଡିରୁ ଲକ୍ଷ୍ୟାଧିକ ଟଙ୍କା,ସହ ଆନୁମାନିକ ୫୦ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର ଲୁଟ କରିଥିଲେ।ସୂଚନାଯୋଗ୍ୟ ଯେ ସାଇ ମନ୍ଦିର ଭିତରେ ରାତ୍ର ସମୟ ସୁରକ୍ଷା ପାଇଁ ଦୁଇ ଜଣ ବ୍ୟକ୍ତି ଦାୟିତ୍ୱରେ ଥିଲେ ସୁଦ୍ଧା କେଉଁ ପରିସ୍ଥିତିରେ ଏତେ ବଡ ଧରଣର ଚୋରି ହେଲା ସମସ୍ତ ମନରେ ପ୍ରଶ୍ନ ସୃଷ୍ଟି କରୁଛି।ଭଞ୍ଜନଗର ବାଇ ପାସ ରାସ୍ତାରେ ଥିବା ସିରିଡି ସାଇ ମନ୍ଦିର ଟି ଭଞ୍ଜନଗର ଅବକାରୀ ଥାନା ଠାରୁ ୧୦୦ ମିଟର ଦୂରରେ ଥିଲେ ସୁଦ୍ଧା, ଭଞ୍ଜନଗର ପୋଲିସ ର ରାତ୍ର ପେଟ୍ରୋଲିଙ୍ଗ ହେଲେ ସୁଦ୍ଧା ଚୋର ଙ୍କ ଦୋରାତ୍ମ କମିବାର ନା ନେଉନି।ଗତ କିଛି ଦିନ ମଧ୍ୟରେ ଭଞ୍ଜନଗର ଅଞ୍ଚଳର ବହୁ ମନ୍ଦିର ମାନଙ୍କରେ ଚୋର ମାନେ ଚୋରି କରି ଭଞ୍ଜନଗର ପୋଲିସ କୁ ଖୋଲା ଚାଲେଞ୍ଜ କରିଛନ୍ତି।ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା କମିଟି ମାନଙ୍କ ସୂଚନା ଅନୁସାରେ ମନ୍ଦିର ବର୍ତ୍ତମାନ ବନ୍ଦ ରହିଛି କିନ୍ତୁ ସାଇ ବାବାଙ୍କ ନୀତିକାନ୍ତି ଓ ପୂଜା ଠିକ ରେ ଚାଲିଛି।ଗତ ରାତିର ଚୋରୀ ଫଳରେ ସାଇ ଭକ୍ତ ମାନଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି।

ad-week
Leave A Reply

Your email address will not be published.