ମହିଳାଙ୍କୁ ଦୁର୍ଷ୍କମ, ଥାନାରେ ଏତାଲା…

add-all


ହିଞ୍ଜିଳିକାଟୁ, ୫।୧: ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ୬୫ ବର୍ଷର ଜଣେ ବୃଦ୍ଧ ଘରେ ଏକାକୀ ପାଇ ବଳପୂର୍ବକ ଦୁର୍ଷ୍କମ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଶୁକ୍ରବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଘଟିଛି। ପୁଲିସ ସୂଚନା ପ୍ରକାରେ, ଶୁକ୍ରବାର ହିଞ୍ଜିଳି ଥାନା ଶାସନଆମ୍ବଗାଁର ପିତବାସ ପରିଡା ଓ ତାଙ୍କ ସ୍ତ୍ରୀ ମିଶି ସମ୍ପର୍କୀୟଙ୍କ ଗ୍ରାମକୁ ଯାଇଥିଲେ। ପରେ ତାଙ୍କରି ସ୍ବାମୀ ପରିତକ୍ତା ଝିଅ ସଙ୍ଗୀତା ପରିଡା (୩୦) ଘରେ ଏକାକୀ ଥିଲେ। ପିତବାସଙ୍କ ଭାଗଚାଷୀ ତଥା ସେହି ଗ୍ରାମର ସଦା ବରଡ (୬୫) ମହିଳାଙ୍କ ଘରକୁ ଆସି ଓଦା ଧାନକୁ ରାସ୍ତାରେ ଶୁଖାଇବା ଲାଗି ମହିଳାଙ୍କୁ ଡାକିଥିଲେ।‌ ସନ୍ଧ୍ୟାରେ କାମସାରି ମହିଳା ଜଣଙ୍କ ଘରକୁ ଯାଇଥିଲେ। ମହିଳା ଜଣଙ୍କ ଘରେ ଏକାକୀ ଥିବା ଜାଣିପାରି ସଦା ବରଡ ମହିଳାଙ୍କ ଘର ଭିତରକୁ ପଶି ଜୋର ଜବରଦସ୍ତ ଦୁର୍ଷମ କରିଥିଲେ। ମହିଳା ଜଣଙ୍କ ଚିତ୍କାର କରିବାରୁ ବୃଦ୍ଧ ଜଣଙ୍କ ଘରର ବାରିପଟ ଦେଇ ଚମ୍ପଟ ମାରିଥିଲେ। ଶନିବାର ସନ୍ଧ୍ୟାରେ ମହିଳାଙ୍କ ବାପା, ମା ଗାଁ’କୁ ଫେରି ଝିଅ ଠାରୁ ଘଟଣା ସମ୍ପର୍କରେ ଜାଣିଥିଲେ। ପରେ ଘଟଣା ନେଇ ରବିବାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୪/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।‌ ରବିବାର ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି । ବୃଦ୍ଧଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.