ନିଶା କାରବାରଠୁ ବଳିଗଲାଣି ବାଲି ଚୋରା କାରବାର।ଚାଲାଣ ପଛରେ ରାଜନେତା, ସରକାରୀ ବାବୁ…

ବାଲି ଚାଲାଣରୁ ବଢ଼ୁଛି ଅପରାଧ…

add-all


ହିଞ୍ଜିଳିକାଟୁ ୫!୧୨ ହିଞ୍ଜିଳିକାଟୁ ରେ ଅବୈଧ ନିଶା କାରବାର ଵଢିଛି ସେହିଭଳି ଗଞ୍ଜାମ ଜିଲ୍ଲାରେ କୋଟି କୋଟି ଟଙ୍କାର ବେଆଇନ୍‌ ବାଲି ଚାଲାଣ ମାଇନ୍ସ ବିଭାଗର ନିଦ ହଜାଇ ଦେଇଛି। କେବଳ ଜିଲ୍ଲା ମଧ୍ୟରେ ସୀମିତ ରହିନି ଏହି କାରବାର, ପଡ଼ୋଶୀ ଆନ୍ଦ୍ରପ୍ରଦେଶ କୁ ଲମ୍ବିଛି ଏହାର ଚେର।ଯାହାଫଳରେ ବାଲି ଭଳି ଲଘୁ ଖଣିଜ ସାମଗ୍ରୀ ଉପରେ ଆଖି ପକାଇଛନ୍ତି ମାଫିଆ।ଘୋଡାହଡ, ଋଷିକୁଲ୍ୟା ନଦୀ ର ବିଭିନ୍ନ ଘାଟରୁ ବାଲି ଉତ୍ସରୁ ମେସିନ ଦ୍ବାରା ଟିପର, ହାଇୱ୍ବା ଟ୍ରକ, ଟ୍ରାକ୍ଟରରେ ବୋହି ନେଇ ଚୋରା ଡିପୋରେ ଗଦା କରି ରଖୁଛନ୍ତି। ଦିନ କେଇଟାରେ ବାଲି ମାଫିଆ ବିତ୍ତଶାଳୀ ହେବା ସାଙ୍ଗକୁ କୋଟି କୋଟି ଟଙ୍କାର ସରକାରୀ ରାଜସ୍ବ ହାତଉଛନ୍ତି। ଏହି ବେଆଇନ୍‌ କାରବାରକୁ ନେଇ ଜିଲ୍ଲାରେ ଅପରାଧ ବି ବୃଦ୍ଧି ପାଉଛି।ଗତ ସରକାର ଥିବା ସମୟରେ ବନ୍ଦ ହୋଇଥିବା ବାଲିଘାଟ ପୁଣି ଖୋଲାଯାଉଛି।
। ସ୍ଥାନୀୟ ଲୋକେ ବିରୋଧ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ହିଞ୍ଜିଳିକାଟୁ ଦେଇ ଶେରଗଡ ବ୍ଳକ ଆସିକା ଥାନା ଅଞ୍ଚଳରୁ ପ୍ରତ୍ୟହ ଦିନ ରାତି ଶହ ଶହ ଟ୍ରିପ୍‌ ବାଲି ଆନ୍ଧ୍ର ପ୍ରଦେଶ କୁ ହିଞ୍ଜିଳିକାଟୁ ଦେଇବୋହି ନେଉଛନ୍ତି ମାଫିଆ। ହିଞ୍ଜିଳିକାଟୁ ରେ ଦିନ ରାତି ବାଲି ବୋଝେଇ ଗାଡ଼ି ଯିବା ଆସିବା ସହ ରୋଡଘାଟ ପାଣିରେ ଭିଜି ଓଦା ହୋଇ ରହୁଥିବା ଦେଖୁବାକୁ ମିଳିଛି।ବାଲି ବୋଝେଇ ଟ୍ରକ, ହାଇୱ୍ବା,ଟିପର ଓ ଟ୍ରାକ୍ଟର ଧ୍ୟକାରେ ବହୁ ଜନଜୀବନ ପ୍ରଭାବିତ ହୋଇଅଛି।ହିଞ୍ଜିଳି ,ଆସିକା ଓ ଶେରଗଡ଼ ସହ ଗଞ୍ଜାମ ଜିଲ୍ଲାରେ ବଢୁଛି ବାଲି ମାଫିଆଙ୍କ ରାଜୁତି। ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ପୃଷ୍ଠପୋଷକ ରେ ମାଫିଆଙ୍କ କବଜାରେ ହେଉଛି ଅଵାଧ ବାଲି ଚୋରି।ଏହି ଅଵାଧ ବାଲି ଚାଲାଣ ଜାରି ରହିଲେ ହଜାର ହଜାର କୋଟି ଟଙ୍କା ର ରାଜସ୍ବ ହରାଇବେ ସରକାର।ପ୍ରଶାସନର ନାକ ତଳେ ଏସବୁ ଖୋଲାଖୋଲି ଚାଲିଥିଲେ ମଧ୍ୟ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ।ପୋଲିସ ଓ ମାଇନ୍ସ ବିଭାଗ ପକ୍ଷରୁ ଜରିମାନା ଆଦାୟ କରାଯାଇଥିଲେ ମଧ୍ୟ ଏହାଠୁ ଢେର ଅଧିକ ପରିମାଣର ମୁନାଫା କମାଇଛନ୍ତି ବାଲି ମାଫିଆ । ଏଭଳି କି ନକଲି କାଗଜ ପତ୍ରରେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ନେଇ ଅଭିଯୋଗ ହେଉଛି । ଜିଲ୍ଲା ବାହାରର ୱାଇଫର୍ମ ଓ ବାରକୋଡ ବ୍ୟବହାର କରାଯାଉଛି । ଏସମ୍ପର୍କରେ ଜିଲ୍ଲା ଖଣି ଅଧୂକାରୀ ଙ୍କୁ ପଚାରିଲେ ଅଭିଯୋଗ ମିଳିଲେ ଆମେ ତଦନୁ କରୁଛୁ । ବର୍ତ୍ତମାନ ଏହାର ଅନୁଧ୍ୟାନ କରାଯିବ । କର୍ମଚାରୀ ଅଭାବ ଆମ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି । ଦେଖାଯାଉ ପ୍ରଶାସନ କଣ ପଦକ୍ଷେପ ନେଉଛି । ଏହା ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଚୁପ୍ ରହି ଅନ୍ଧ ପାଲଟିବ ବୋଲି ଜନସାଧାରଣ ମନରେ ପ୍ରଶ୍ନ ଉଠିଛି । କେବଳ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଚଢ଼ଉ ଦେଖାଣିଆ କରାଯାଉଛି। ଆଉ ସିଜର୍‌ ଲିଷ୍ଟରେ ଭଙ୍ଗା ମେସିନ୍‌, ଅଚଳ ଗାଡ଼ି ଦେଖାଇ ଚୁପ୍‌ ବସିଯାଉଛି ର୍ବିଭାଗ। ବର୍ତ୍ତମାନ ସ୍ଥିତି ଏମିତି ଯେ, ନିଶା କାରବାର ଓ ବାଲି ଚାଲାଣକୁ ନେଇ ଗଞ୍ଜାମ ଜିଲ୍ଲା ଏକପ୍ରକାର ଅଶାନ୍ତ ବଳୟକୁ ଚାଲି ଆସିଲାଣି

ad-week
Leave A Reply

Your email address will not be published.