ଚିକିଟୀ ପ୍ରେସ କ୍ଲବର ୩୯ତମ ବୈଠକ ଅନୁଷ୍ଠିତ

add-all

ଚିକିଟୀ : କଳା, ସଂସ୍କୃତି ଓ ସାହିତ୍ୟର ସହର ଚିକିଟୀ ପେଣ୍ଠ ସ୍ଥିତ ଚିକିଟୀ ପ୍ରେସ କ୍ଳବ କାର୍ଯାଳୟ ଠାରେ ଅପରାହ୍ନ ୩ ଘଣ୍ଟା ସମୟରେ କ୍ଳବ ର ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ୱ ରେ ପ୍ରେସକ୍ଳବ ର ୩୯ ତମ ତଥା ଇଂରେଜି ନବବର୍ଷ ୨୦୨୫ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ବୈଠକରେ ପୁରୁଣା ବର୍ଷ ର ସମସ୍ତ ମାନ ଅଭିମାନ କୁ ଭୁଲି ନୂତନ ବର୍ଷ ରେ ନୂତନ ଆଲୋକରେ ସ୍ନେହ ମମତା ଭରା ସମ୍ପର୍କ ରେ ବାନ୍ଧି ହୋଇ ବୃତ୍ତିଗତ ପେସା କୁ ଅଗ୍ରଗାମୀ କରି ସମସ୍ତ ବନ୍ଧୁ ନୂତନ ଚିନ୍ତାଧାରା ରେ ଦୃଢତା ର ସହ ଆଗକୁ ଅଗ୍ରସର ହେବାକୁ ନିଷ୍ପତି ନେଇଥିଲେ | ଏହା ସହ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଆଗାମୀ ଜାନୁଆରୀ ୨୩ ଗୁରୁବାର ଠାରୁ ଚିକିଟୀ ର ଅଧିଷ୍ଠାତ୍ରୀ ଦେବୀ ମା ବାଳକୁମାରୀ ଙ୍କ ଶିଖର ପୀଠରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ଵଶାନ୍ତି ପଞ୍ଚକୁଣ୍ଡିୟ ଆମ୍ବା ମହାଯଜ୍ଞ ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ପ୍ରେସ କ୍ଳବ ତରଫରୁ ପୂର୍ଣ୍ଣ ସହଯୋଗ ନେଇ ଆଲୋଚନା ହୋଇଥିଲା | ସମ୍ପାଦକ ଶ୍ରୀ ତ୍ରିପତି ସାହୁ ପୁର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ ଉପଦେଷ୍ଟା ନଳିନୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ରବିନ୍ଦ୍ର କୁମାର ବାଡ଼ତ୍ୟା ,ଅରୁଣ ଉଦୟ ସାହୁ,କୃଷ୍ଣଚନ୍ଦ୍ର ସାହୁ, ଗଦାଧର ଶୁକ୍ଳ, ହରିଶ୍ଚନ୍ଦ୍ର ସେଠୀ ପ୍ରମୁଖ ପ୍ରେସ କ୍ଲବ ସଦସ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.