ସଂଶୋଧିତ ନୂଆଭୋଟର ତାଲିକା ଉନ୍ମୋଚନ ଉତ୍ସବ

add-all

ଚିକିଟୀ : ଏହି ବ୍ଲକ ଚିକିଟୀ ଏନ ଏ ସି ରେ ନିର୍ବାଚନ କମିଶନର ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ ସଂଶୋଧିତ ନୂଆ ଭୋଟର ତାଲିକା ୨୦୨୫ କୁ ଆଜି ସମସ୍ତ ବି ଏଲ ଓ ନିଜ ନିଜ ବୁଥ ସ୍ତରରେ ଲୋକଙ୍କ ଗହଣରେ ଉନ୍ମୋଚନ କରିଛନ୍ତି । ସେହିପରି ଚିକିଟୀ ଏନଏସି ଅନ୍ତର୍ଗତ ବୁଥ ନଂ ୭୦,୭୧,୭୨ ଏବଂ ୭୩ ଠାରେ ଏ ଇ ଆର ନାରାୟଣ ସୋରେନ, ଏନ ଏ ସି ସୁପରଭାଇଜର ରଞ୍ଜନ କୁମାର ବ୍ରହ୍ମା, ଗୋଷ୍ଠୀ ଶିକ୍ଷାଅଧିକାରୀ ବସନ୍ତ କୁମାର ପଣ୍ଡା, ବି ଆର ସି ସି ନିଗମାନନ୍ଦ ପଣ୍ଡା, ଅତିରିକ୍ତ ଶିକ୍ଷାଅଧିକାରୀ ସିମାଞ୍ଚଳ ପଣ୍ଡା, ତ୍ରିନାଥ ମଲିକ ଉପସ୍ଥିତ ରହି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହାର ଶୁଭ ଲୋକାର୍ପଣ କରିଛନ୍ତି । ଏଥିରେ ସି ଆର ସି ସି ମୀନତି କୁମାରୀ ପାଠୀ, ଧର୍ମରାଜ ବେହେରା, ସୁଜିତ କୁମାର ପାଢୀ, ଅମର କୁମାର ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ଜନସାଧାରଣ ଯୋଡିହୋଇ ରହିଥିବାର ଉତ୍ସବ ମୁଖରିତ ପରିବେଶ ଦେଖିବାକୁ ମିଳିଥିଲା। ଚିକିଟୀ ଏନ ଏ ସି ର ଦଶଟିଯାକ ବୁଥରେ ସୁପରଭାଇଜର ରଞ୍ଜନ କୁମାର ବ୍ରହ୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ବି ଏଲ ଓ ଅବିକଳ କାର୍ଯ୍ୟକ୍ରମ କରି ନୂତନ ଭୋଟର ତାଲିକା ଲୋକଙ୍କ ଗହଣରେ ଲୋକଙ୍କ ପାଇଁ ଲୋକର୍ପଣ କରାଇଛନ୍ତି । ନିର୍ବାଚନ କମିଶନର ଓଡ଼ିଶାଙ୍କ ଉକ୍ତ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଏବଂ ନଗରିକଗଣ ବେଶ୍ ପ୍ରସଂଶା କରିଛନ୍ତି ।

ad-week
Leave A Reply

Your email address will not be published.