ମହିଳାଙ୍କୁ ଦୁର୍ଷ୍କମ ଘଟଣା, ଫେରାର ଅଭିଯୁକ୍ତ ଗିରଫ

add-all

ହିଞ୍ଜିଳିକାଟୁ : ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ୬୫ ବର୍ଷର ଜଣେ ବୃଦ୍ଧ ଘରେ ଏକାକୀ ପାଇ ବଳପୂର୍ବକ ଦୁର୍ଷ୍କମ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଥିଲା। ଦୁର୍ଷ୍କମ ପରେ ଅଭିଯୁକ୍ତ ବୃଦ୍ଧ ଜଣଙ୍କ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ।‌ ଘଟଣା ନେଇ ପୀଡିତା ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୪/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା।‌ ମଙ୍ଗଳବାର ପୁଲିସ ଶାସନଆମ୍ବଗାଁରେ ପହଞ୍ଚି ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରିଛି। ଅଭିଯୁକ୍ତ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ଶୁକ୍ରବାର ହିଞ୍ଜିଳି ଥାନା ଶାସନଆମ୍ବଗାଁର ପିତବାସ ପରିଡା ଓ ତାଙ୍କ ସ୍ତ୍ରୀ ମିଶି ସମ୍ପର୍କୀୟଙ୍କ ଗ୍ରାମକୁ ଯାଇଥିଲେ। ପରେ ତାଙ୍କରି ସ୍ବାମୀ ପରିତକ୍ତା ଝିଅ ସଙ୍ଗୀତା ପରିଡା (୩୦) ଘରେ ଏକାକୀ ଥିଲେ। ପିତବାସଙ୍କ ଭାଗଚାଷୀ ତଥା ସେହି ଗ୍ରାମର ସଦା ବରଡ (୬୫) ମହିଳାଙ୍କ ଘରକୁ ଆସି ଓଦା ଧାନକୁ ରାସ୍ତାରେ ଶୁଖାଇବା ଲାଗି ମହିଳାଙ୍କୁ ଡାକିଥିଲେ।‌ ସନ୍ଧ୍ୟାରେ କାମସାରି ମହିଳା ଜଣଙ୍କ ଘରକୁ ଯାଇଥିଲେ। ମହିଳା ଜଣଙ୍କ ଘରେ ଏକାକୀ ଥିବା ଜାଣିପାରି ସଦା ବରଡ ମହିଳାଙ୍କ ଘର ଭିତରକୁ ପଶି ଜୋର ଜବରଦସ୍ତ ଦୁର୍ଷମ କରିଥିଲେ। ପରେ ବୃଦ୍ଧ ଜଣଙ୍କ ଘରର ବାରିପଟ ଦେଇ ଚମ୍ପଟ ମାରିଥିଲେ। ଶନିବାର ସନ୍ଧ୍ୟାରେ ମହିଳାଙ୍କ ବାପା, ମା ଗାଁ’କୁ ଫେରି ଝିଅ ଠାରୁ ଘଟଣା ସମ୍ପର୍କରେ ଜାଣିଥିଲେ। ଘଟଣା ନେଇ ରବିବାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.