
ଉମରକୋଟ/ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ତୁରୁଡ଼ିହି ପଞ୍ଚାୟତ ଅନ୍ତର୍ଗତ ତୁରୁଡ଼ିହି ଆଦିବାସୀ ଗ୍ରାମର ରଞ୍ଜନ ଗଣ୍ଡ (୧୯ବର୍ଷ )ପିତା ବସନ୍ତ ଗଣ୍ଡଙ୍କ ମୃତ ଶରୀର ଗତ ୩ ତାରିଖ ଦିନ ଅତି ବିଭତ୍ସ ଅବସ୍ଥାରେ ନୀଳଗିରି ପାଦ ଚଲା ରାସ୍ତାର ପାର୍ଶରେ ପଡ଼ି ଥିଲା । ୪ ତାରିଖରେ କଳାହାଣ୍ଡିର ସାଇଣ୍ଟିଫିକ ଟିମ, ଏସଡି ପିଓ ମିନାକ୍ଷୀ ଠାକୁର ଓ ଏସପି ଶ୍ରୀ ମିହିର କାନ୍ତି ପଣ୍ଡା ସହ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସେଠି ପ୍ରମୁଖ ଘଟଣାସ୍ଥଳରୁ ଲାଶଟିକୁ ସନ୍ଧାନୀ କୁକୁର ଦ୍ଵାରା ପର୍ଯାବେକ୍ଷଣ କରାଇବା ପରେ କୌଣସି ସଠିକ ତତ୍ତ୍ୱ ପାଇଁ ନ ଥିଲେ। କିନ୍ତୁ ଏସପିଙ୍କ ନିର୍ଦ୍ଧେଶରେ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସେଠି ବିସସ୍ତ ସୂତ୍ରରୁ ଗୋପନ ଖବର ପାଇଁ ଅଧିକ ରୁ ଅଧିକ ତନାଘନା କରି ଏହି ମୃତ୍ୟୁର ରହସ୍ୟର ପର୍ଦାଫାଶ କରିଛନ୍ତି।ଆଜି ଏସ ଡି ପି ଓ ମ୍ୟାଡମ ଓ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ଏକ ପ୍ରେସମିଟ କରି ମୃତ୍ୟୁର ପ୍ରକୃତ କାହାଣୀ ଉନ୍ମୋଚନ କରିଛନ୍ତି।
ସୂଚନା ପ୍ରକାରେ, ଗାଣ୍ଡ ଆଲିଶ (ସଙ୍କର ଗଣ୍ଡ ) ୨୪ ବର୍ଷ,ଜଗବନ୍ଧୁ ଗଣ୍ଡ ୧୯ ବର୍ଷ, ସନ୍ତୋଷ ଗଣ୍ଡ ୨୦ ବର୍ଷ,ଦୀପେଶ ଗଣ୍ଡ ୧୭ ବର୍ଷ ଓ ପରମେଶ ଗଣ୍ଡ ୧୫ ବର୍ଷ ସହିତ ତୁରୁଡ଼ିହି ଆଦିବାସୀ ଗ୍ରାମରେ ନୁଆଁ ବର୍ଷ ଉପଲକ୍ଷେ ରାତିରେ ନାଚ ଗୀତର ଏକ ଝଳସା ଅନୁଷ୍ଠିତ ହୋଇଥିଲା। ଉକ୍ତ ଝଲସା ଦେଖିବାକୁ ଡୋସ୍କା ଗଣ୍ଡ (ରଞ୍ଜନ ଗଣ୍ଡ ) ୧୯ ବର୍ଷ ମଧ୍ୟ ଯାଇଥିଲେ ଏବଂ କିଛି କାରଣ ନ ଥାଇ ଗାଣ୍ଡ ଆଲିସ ଉରଫ ( ସଙ୍କର ଗଣ୍ଡ ) ଙ୍କୁ ଡୋସ୍କା ଗଣ୍ଡ ଲାଥ ମାରିଥିଲେ, ଏଥିରେ ଉତକ୍ଷିପ୍ତ ହୋଇ ଡୋସ୍କା ଗଣ୍ଡ କୁ ଉଚିତ ଶିକ୍ଷା ଦେବା ପାଇଁ ସୁଯୋଗ ବୁଝି ଜୋର ଜବରଦସ୍ତି ପରମେଶ ଗଣ୍ଡର ମଟର ସାଇକେଲ ରେ, ଜଗବନ୍ଧୁ ଗଣ୍ଡ, ସନ୍ତୋଷ ଗଣ୍ଡ, ଦୀପେଶ ଗଣ୍ଡ ଓ ଗାଣ୍ଡ ଆଲିସ ବସାଇଥିଲେ ଏବଂ ଏମାନେ ସମସ୍ତେ ମଦ ନିଶାରେ ଆସକ୍ତ ଥିଲେ।ପରମେଶ ଗଣ୍ଡ ମଟର ସାଇକେଲର ଆଗରେ ଓ ମଝିରେ ଡୋସ୍କା କୁ ବସାଇ ଗାଣ୍ଡ ଆଲିଶ ପଛରେ ତାକୁ ଧରି ନିର୍ଜନୀୟା ପାଦ ଚଲା ନୀଳଗିରି କ୍ଷେତ ପାଖରେ ନେଇ ପାଖରେ ଥିବା କାଜୁ ବଗିଚାରୁ ବାଡ଼ି ଭାଙ୍ଗି ତମେ ଗ୍ରାମର ସମସ୍ତଙ୍କ ମାରୁଛ କହି ନିର୍ଦ୍ଧମ ଉଲଟା ସିଧା ପିଟି ପିଟି ମାରି ପକାଇଥିଲେ ଏବଂ କାଳେ ଫିଙ୍ଗରପ୍ରିଣ୍ଟ ମିଳିପାରେ କହି ଗାଣ୍ଡ ଆଲିଶ ଓ ପରମେଶ ସେହି ଜାଗାର ଧୂଳି ବାଲି ସବୁ ମୃତ ଡୋସ୍କାର ମୁହଁରେ ଲେପନ କରି ପାଖରେ ଥିବା ଏକ ପୋଖରୀରୁ ଗାଧୋଇ ଘରକୁ ଯାଇଥିଲେ।ସାଇଣ୍ଟିଫିକ ଟିମର କେସ ନଂ ୩/୨୦୨୫ ଓ କୁନ୍ଦେଇ ଥାନା କେସ ନଂ ବିଏନଏସ (BNS ) ୧୦୩(୧), ୬୧ ପବ୍ଲିକ ୩(୫) ରୁଜୁ କରି ଡାକ୍ତରୀ ଚିକିତ୍ସା ପରେ କୋର୍ଟ ଚାଲାଣ କରାଯିବ କହି ସୂଚନା ପ୍ରଦାନ କରିଛନ୍ତି। ରାଇଘର ଅଞ୍ଚଳବାସୀ ସହ ସୀମାନ୍ତବର୍ତ୍ତୀ ଏଳାକାର ପ୍ରମୁକ ଜ୍ଞାନୀ ଗୁଣି ବୁଦ୍ଧିଜୀବି କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସେଠିଙ୍କୁ ଏହି ବିଭସ୍ୟ ଓ ଜଘନ୍ନ ଡୋସ୍କା ଗଣ୍ଡର ହତ୍ୟା କାଣ୍ଡର ପର୍ଦାଫାଶ କରିଥିବାରୁ ଭୁରି ଭୁରି ପ୍ରସଂଶା କରିଛନ୍ତି।