ଉମରକୋଟ( ୦୯/୦୧/୨୦୨୫) ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସାରସ୍ୱତ ସମାରୋହ ଆସନ୍ତା ଜାନୁୟାରୀ ୧୨ ରିଖରେ ଉମରକୋଟ ଏସ. ଏସ. ଇଣ୍ଟରନେସନାଲ ହୋଟେଲ ରେ ଅନୁଷ୍ଠିତ ହେଵ କହି ସର୍ବ ସମ୍ମତି କ୍ରମେ ଦାସିୟା ସାଂସ୍କୃତିକ ପରିଷଦ ଗଣ ନିଷ୍ପତି ନେଇଛିନ୍ତି। ବିଶିଷ୍ଟ ସଂଗ୍ରାହକ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ସୃତିରେ ଓଡ଼ିଶା ରାଜ୍ୟର ସର୍ବ ପ୍ରଥମ ଅନୁଷ୍ଠାନ ୦୨/୧୧/୧୯୯୭ ମସିୟା ଉମରକୋଟରେ ସ୍ଥାପିତ ହୋଇଥିଲା। ଯାହାର ରେଜିଷ୍ଟ୍ରେସନ ନଂ ୨୭/୧୯୯୮-୯୯, ତାରିଖ ୨୮/୦୫/୧୯୯୮। ଉମରକୋଟ ଦାସିୟା ସାଂସ୍କୃତିକ ପରିଷଦ ଗଣର ମୁଖ୍ୟ ଲକ୍ଷ୍ୟ ଥିଲା ‘ କର୍ମ କର, ଭଲ ପାଅ ଓ ପ୍ରେରଣା ଦିଅ ‘। ବହୁତ ଘାତ ପ୍ରତିଘାତ ସହି ଉମରକୋଟ ଦାସିୟା ସାଂସ୍କୃତିକ ଅନୁଷ୍ଠାନ ଟି ମୁଖ୍ୟ ମୁଖ୍ୟ ପରିଷଦ ଗଣ ବଞ୍ଚାଇ ରଖିଛନ୍ତି ଏବଂ ପ୍ରତି ବର୍ଷ ମହାଆଡମ୍ବର ସହିତ ଦାସିୟା ସାଂସ୍କୃତିକ ସମସ୍ତ ପରିଷଦ ଵର୍ଗ ଏହି ଜୟନ୍ତୀ ପାଳନ କରନ୍ତି।ଜାନୁଆରୀ ୧୨ ରିଖର ରୌପ୍ୟ ଜୟନ୍ତୀ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗଣଶିକ୍ଷା ଓ ବିଧ୍ୟାଳୟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ବକ୍ତା ଭାବେ ଭୁବେନେଶ୍ୱର ର ପ୍ରଖ୍ୟାତ ଗାଳ୍ପିକ ଡ଼. ଅରବିନ୍ଦ ରା଼ୟ ଓ ବରେଣ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭ୍ୟ ଶ୍ରୀ ବଲ୍ଲଭ ରାଉତ ଯୋଗ ଦେବା ନେଇ ସମ୍ମତି ପ୍ରଦାନ କରିଛନ୍ତି l କାର୍ଯ୍ୟକ୍ରମ ପାଳନ ଅବସରରେ ଶିକ୍ଷା, ସାହିତ୍ୟ, ସମାଜ ସେବା, ସଂଗଠନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପରିଷଦ ତରଫରୁ ଟିକିବାବୁ ସ୍ମୃତି ସମ୍ମାନ, ଦାଶରଥି ପଟ୍ଟନାୟକ ସ୍ମୃତି ସମ୍ମାନ, ପ୍ରେରଣା ସାରସ୍ୱତ ସମ୍ମାନ, ସୁବାସ ଚନ୍ଦ୍ର ସ୍ୱାଇଁ ସ୍ମୃତି ସମ୍ମାନ, ଦୁଃଖୀଶ୍ୟାମ ପ୍ରଧାନ ସ୍ମୃତି ସମ୍ମାନ,ବିଦାୟ କାଳୀନ ୨୦୨୪ ମସିୟାର ୨୦୨୫ ମସିୟା ଜାନୁଆରୀ ୧୨ ରିଖ ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ଟୁଟୁବାବୁ ପଟ୍ଟନାୟକ ଓ ସମ୍ପାଦକ ଏମ. ହିମାଂଶୁ ଆଚାରୀ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି l
