ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚୋରଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ଥାନା ଇଲାକାର ପ୍ରସିଦ୍ଧ ମନ୍ଦିର ହୁଣ୍ଡୀ ଭାଙ୍ଗି ଲୁଟ ଘଟଣା ରୀତିମତ ଚାଲିଛି। ଏବେ ପୋଲିସ ର ପେଟ୍ରୋଲିଙ୍ଗ ବ୍ୟବସ୍ଥା ଉପରେ ପ୍ରଶ୍ନ ଲାଗିଛି। ପୋଲିସ ପେଟ୍ରୋଲିଙ୍ଗ କୁ ଚ୍ୟାଲେଞ୍ଜ ଦେଇ ଆସିକା ସହର ର କେନ୍ଦ୍ର ସ୍ଥଳୀ ରେ ଥିବା ହାଟପଦା ଛକର ପଣ୍ଡା ମୋବାଇଲ ଦୋକାନର କବାଟ ଭାଙ୍ଗି ମୋବାଇଲ ଓ ଅର୍ଥ ଲୁଟ କରି ଚୋର ମାନେ ଫେରାର ହୋଇଥିବା ଖବର ମିଳିଛି। ଗତ ବୁଧବାର ଦିନ ସବୁଦିନ ଭଳି ପଣ୍ଡା ମୋବାଇଲ ଦୋକାନର ମାଲିକ ଲକ୍ଷଣ ଓ ଭରତ ପଣ୍ଡା ଦୁଇ ଭାଇ ଦୋକାନ ବନ୍ଦ କରିଯାଇଥିଲେ। ବୁଧବାର ଦିନ ମଧ୍ୟ ରାତ୍ରରେ ଚୋର ମାନେ ଦୋକାନର କବାଟ ଭାଙ୍ଗି ମୋବାଇଲ ଚୋରି କରିଥିଵା ନେଇ ଆସିକା ଥାନାରେ ଅଭିଯୋଗ ହୋଇଛି। ଆସିକା ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଇଛି। ଆସିକା ସହରର କେନ୍ଦ୍ର ସ୍ଥଳୀରେ ବ୍ରିଟିଶ ଅମଳରୁ ଥାନା ରହିଥିଲା। କିଛି ବର୍ଷ ହେଲା ନୂତନ ଥାନାର କୋଠା ତହସିଲ କାର୍ଯ୍ୟାଳୟ ନିକଟକୁ ସ୍ଥାନାଅନ୍ତର ହୋଇଛି। ସହର ଠାରୁ ଦୂରଥିବା ଯୋଗୁଁ ଚୋରଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସିକା ସହରରେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡା କଡ଼ି କରିବାକୁ ସଚେତନ ମହଲ ରେ ଦାବୀ ହେଉଛି। ଆସିକା ସହର ର କେନ୍ଦ୍ରସ୍ଥଳୀ ରେ ଏଭଳି ଚୋରୀକୁ ନେଇ ବ୍ୟବସାୟୀ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟ ଦିଗକୁ ଦେଖିଲେ ପୋଲିସ ର ଢିଲା ପେଟ୍ରୋଲଙ୍ଗ କୁ ଦାୟୀ କରୁଛନ୍ତି ଅଞ୍ଚଳ ବାସୀ ଏହାର ସୁଯୋଗ ନେଉଛନ୍ତି ଚୋର ବୋଲି ଚର୍ଚ୍ଚା ହେଉଛି l
