ଓଡ଼ଗାଁ ଏନଏସି ରେ ନିର୍ମାଣ ହେବ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନଏସି ର ଜନ ସାଧାରଣ ମାନଙ୍କୁ ସହର ଢାଞ୍ଚାରେ ଉତ୍ତମ ଏବଂ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଓଡଗାଁରେ ଖୁବଶିଘ୍ର ଏକ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାକୁ ଯାଉଅଛି ।ଓଡ଼ଗାଁ କଲେଜ ରୋଡ ସନ୍ତୋଷି ମା ମନ୍ଦିର ସାମ୍ନାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ନିମନ୍ତେ ଏକ ଭଡ଼ାଘର ପାଇଁ ଏଗ୍ରିମେଣ୍ଟ କରାଯାଇଛି । ନିଜସ୍ଵ ଗୃହ ନିର୍ମାଣ ହେବା ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଭଡ଼ା ଘରେ ଚାଲିବ ବୋଲି ଜଣା ପଡିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ଅବସ୍ଥାରେ ଜଣେ ଡାକ୍ତର ଙ୍କ ସହିତ ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ଟେକେନିସିଆନ, ଫିଜିଓଥେରାପିଷ୍ଟ, ଅନ୍ୟ କର୍ମଚାରୀ ସହିତ ପରୀକ୍ଷା ନିରୀକ୍ଷା ପାଇଁ ଆବଶ୍ୟକ ସାମଗ୍ରୀର ବ୍ୟବସ୍ଥା ରହିବ । ଏହି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ରହୁଥିବା ଚାପ ବହୁ ପରିମାଣରେ କମିଯିବ ଏବଂ ଓଡ଼ଗାଁ ଅଞ୍ଚଳ ବାସୀ ଉତ୍ତମ ତଥା ଉଚ୍ଚମାନ ର ଚିକିତ୍ସା ବ୍ୟବସ୍ଥା ପାଇପାରିବେ ।

ad-week
Leave A Reply

Your email address will not be published.