ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ ମାଡ ସହ ଶାରୀରିକ ନିର୍ଯ୍ୟାତନା, ଥାନାରେ ଏତଲା

add-all


ହିଞ୍ଜିଳିକାଟୁ, ତା ୯।୧: ବିବାହର ୭ ବର୍ଷ ପରେ ସ୍ତ୍ରୀ’ର ଚରିତ୍ରକୁ ସନ୍ଦେହ କରି ମାଡ ମାରିବା ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର ୨୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଏସଆଇ ତଥା ତଦନ୍ତକାରୀ ଅଧିକାରୀ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।‌ ଅଭିଯୋଗ ପ୍ରକାରେ, ଗତ ୨୦୧୮ ମସିହାରେ ଶେରଗଡ଼ ଥାନା ଲାଉଗଡ ଗ୍ରାମର ଶର୍ମିଳା ଗୈାଡ (୨୬)ଙ୍କ ସହ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ଗୁନା ଗୈାଡଙ୍କ ସହ ବାହାଘର ହୋଇଥିଲା। ବାହାଘରର ୫ ବର୍ଷ ପରେ ସ୍ତ୍ରୀ’ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ବିଭିନ୍ନ ସମୟରେ ମାଡ ମାରିବା ସହ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ନିର୍ଯ୍ୟାତନା ଅସହ୍ୟ ହେବାରୁ ଗତ କିଛି ମାସ ପୂର୍ବେ ମହିଳା ଜଣଙ୍କ ବାପାଘରକୁ ଚାଲି ଯାଇଥିଲେ।‌ ଗୁନା ୧୫ ଦିନ ପୂର୍ବେ ଶଶୁର ଘରକୁ ଯାଇ ସ୍ତ୍ରୀ ଓ ଶାଶୁ, ଶଶୁରଙ୍କୁ ମାଡ ମାରି ଜୋରଜବରଦସ୍ତ ପୁଅକୁ ସାଥିରେ ନେଇ ଗାଁ’କୁ ଚାଲି ଆସିଥିଲେ।‌ ପରେ ବାଧ୍ୟହୋଇ ମହିଳା ଜଣଙ୍କ ୧ ବର୍ଷର ଝିଅକୁ ଧରି ଶଶୁର ଘର ଗ୍ରାମକୁ ଆସିଥିଲେ।‌ ଏଥିରେ ଉତକ୍ଷିପ୍ତ ହୋଇ ଗୁନା, ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ। ଘଟଣା ନେଇ ମହିଳା ଜଣଙ୍କ ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।‌

ad-week
Leave A Reply

Your email address will not be published.